ବିଜେଡି ସରକାର କୁ କଡା ସମାଲୋଚନା

0 19

ପୁରୀ ଗସ୍ତରେ ଆସି ବିଜେପି ର ବିଭିନ୍ନ ଦଳୀୟ ବୈଠକ ରେ ଯୋଗଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ସାଧବୀ ନିରଞ୍ଜନ ଜ୍ୟୋତି। ତେବେ କେନ୍ଦ୍ର ସରକାର ଙ୍କ ଅନେକ ଜନ କଲ୍ୟାଣ ଯୋଜନା ଓଡ଼ିଶା ସରକାର ରାଜନୈତିକ ବିଦ୍ୱେଷ ନେଇ କାର୍ଯ୍ୟକାରୀ କରୁନଥିବା ହେତୁ ସେ ବିଜେଡି ସରକାର କୁ କଡା ସମାଲୋଚନା କରିଛନ୍ତି।
ସେ ଅଭିଯୋଗ କରିଚନ୍ତି ଜେ କେନ୍ଦ୍ର ସରକାରଙ୍କ କିଛି ଯୋଜନାକୁ ହାଇଯାକ କରିନେଇଛନ୍ତି ରାଜ୍ୟ ସରକାର। ୨୦୧୬-୨୨ ମଧ୍ୟରେ ୧୮ଲକ୍ଷ ୩୮୭୮୯ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡିଶାକୁ ଦିଆଯାଇଥିଲା। ଏଥିରୁ ୧୬ଲକ୍ଷ ୯୬୦ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି। ନିର୍ମାଣ ବାବଦରେ ପ୍ରାୟ ୧୩ହଜାର ୯୪୦ କୋଟି ଟଙ୍କା ବ୍ଯୟ କରାଯାଇଛି। ମାତ୍ର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାରେ ରୂପାନ୍ତରିତ କରିଛନ୍ତି। ସେହିପରି ଆୟୁସ୍ମାନ ଯୋଜନାକୁ ମଧ୍ୟ ଓଡିଶାରେ କାର୍ଯ୍ଯକାରୀ କରୁନାହାନ୍ତି। ଏହା ଦ୍ଵାରା ଗରିବ ଲୋକ ମାନେ ମାଗଣା ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାସ୍ତବ ହିତାଧିକାରୀ ବଞ୍ଚିତ ହେଉଛନ୍ତି। ମହାବାତ୍ୟା ଫନିରେ ପୁରୀ ଜିଲ୍ଲାର ପ୍ରଭାବିତ ସମସ୍ତ ହିତାଧିକାରୀ ଏପର୍ଯ୍ୟନ୍ତ ସହାୟତା ପାଇନାହାନ୍ତି। ରାଜ୍ୟ ସରକାରଙ୍କୁ ବାରମ୍ବାର କ୍ଷତିଗ୍ରସ୍ତଙ୍କ ଡାଟା ଦେବା ପାଇଁ କେନ୍ଦ୍ର ସରକାର ତାଗିଦ କରିଥିଲେ। ମାତ୍ର ରାଜ୍ୟ ସରକାର ନିରବ ରହିବା ଯୋଗୁଁ ଲୋକମାନେ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେପଟେ ରାଜ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଯୋଜନା ଖୁବଶୀଘ୍ର ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ କରିଛନ୍ତି। ପୁରୀ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଗହମ ଆସି ପାରୁନଥିବାରୁ ସେ ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି। ଅନ୍ୟପଟେ ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦୌପର୍ଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ବିବାଦିୟ ଟିପ୍ପଣୀ ଦେଇଥିବା ପ୍ରସଙ୍ଗ ଉପରେ ମଧ୍ୟ କଡା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ । କେବଳ କ୍ଷମା ମାଗିଲେ ହେବନାହିଁ ବରଂ ସଂସଦ ଭଳି ପବିତ୍ର ଗୃହରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ସମସ୍ତ ସାଂସଦଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ପ୍ରାଥନା କରନ୍ତୁ ବୋଲି କହି କଂଗ୍ରେସ ଦଳକୁ କଡା ସମାଲୋଚନା କରିଛନ୍ତି।

ପୁରୀ ଇପିଏ ରୁସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.