ସାଇକେଲ ରେ ଯାତ୍ରା କରି ସହୀଦ ଙ୍କ ପରିବାର କୁ ଭେଟିଲେ ସୁର ରାଉତରାୟ ଙ୍କର ପୁଅ

0 6

ସାଇକେଲ ରେ ଯାତ୍ରା କରି ସହୀଦ ଙ୍କ ପରିବାର କୁ ଭେଟିଲେ ଜଟଣୀ ବିଧାୟକ ସୁର ରାଉତରାୟ ଙ୍କର ପୁଅ ସିଦ୍ଧାର୍ଥ ରାଉତରାୟ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ରୁ ସତ୍ୟବାଦୀ ଖଣ୍ଡାୟତ ସାହି ପ୍ରାୟ ୬୦ କିଲୋମିଟର ନିଜର ବନ୍ଧୁଙ୍କ ସହିତ ସାଇକେଲ ରେ ଯାତ୍ରା କରି ସହୀଦ ଦେବାଶିଷ ବିଶ୍ବାଳ ଙ୍କ ପରିବାର କୁ ଭେଟି ସାନ୍ତ୍ୱନା ଦେବା ସହିତ ସହୀଦ ଦେବାଶିଷ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭୁବନେଶ୍ୱର ରୁ ସହୀଦ ପରିବାର କୁ ଭେଟିବା କୁ ଯିବା ବାଟରେ ସତ୍ୟବାଦୀ ପଞ୍ଚସଖା ସମାଧି ପୀଠ କୁ ଯାଇ ମାଲ୍ୟାର୍ପଣ କରିଥିଲେ ସିଦ୍ଧାର୍ଥ । ସିଦ୍ଧାର୍ଥ ଙ୍କ ସହିତ ତାଙ୍କ ଭିଣୋଇ ତଥା ପିସିସି ର ପୂର୍ବତନ ସଭାପତି କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ତଥା ପରିବେଶ ବିତ ଦିଲ୍ଲୀପ ହରିଚନ୍ଦନ ଙ୍କ ସମେତ ପାଇଖ ଆଖଡା ଏକାଡେମୀ ର ୨୦ ଜଣ ସଦସ୍ୟ ସହୀଦ ଙ୍କ ପରିବାର କୁ ଭେଟି ଥିଲା ବେଳେ ୟୁରୋପ ର ସବୁଠାରୁ ବଡ଼ ପାହାଡ଼ ମାଉଣ୍ଟଏଲଗ୍ରେସ ଉପରେ ଦେବାଶିଷ ବିଶ୍ୱାଳ ଅମର ରହେ ଓ ବିଶ୍ଵରେ ଯୁଦ୍ଧ ବନ୍ଦ ନେଇ ପାହାଡ଼ ଉପରେ ପ୍ରଦର୍ଶିତ କରିଥିବା ବ୍ୟାନର ର ଫଟୋଚିତ୍ର, ସହୀଦ ଦେବାଶିଷ ଙ୍କ ଝିଅ ପାଈଁ ଗୋଟିଏ ସାଇକେଲ ଓ ପରିବାର କୁ ସହୀଦ ସହାୟତା ପୁସ୍ତିକା ପ୍ରଦାନ କରିଥିଲେ । ଏହି ଅବସରରେ ସହୀଦ ଦେବାଶିଷ ଙ୍କ ଉଦ୍ଦେଶ୍ୟ ରେ ଗ୍ରାମ ସ୍ମଶାନ ,ଗ୍ରାମ ପୋଖରୀ ହୁଡ଼ା ରେ ଗ୍ରାମବାସୀ ଙ୍କ ସହାୟତା ରେ ୬୦ ଗୋଟି ନଡ଼ିଆ ଗଛ ରୋପଣ କରାଯାଇ ଥିଲା ।

ସହୀଦ ଦେବାଶିଷ ଙ୍କ ବଳିଦାନ କୁ ମନେ ପକାଇ ତାଙ୍କ ଆମର ଆତ୍ମା ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ୍
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.