ମହିମା ଅଲେଖ ଆଶ୍ରମ ର ଏକାଦଶ ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ତିର୍ତୋଲ : ତିର୍ତୋଲ ବ୍ଲକ ର ତରଜଙ୍ଗା ପଂଚାୟତ ର କୋଟକଣା ଗ୍ରାମରେ ଥିବା ମହିମା ଅଲେଖ ଆଶ୍ରମ ର ଏକା ଦଶ ତମ ବାର୍ଷିକଉତ୍ସତ ବଡ଼ ଧୁମ ଧାମ ରେ , ଆଶ୍ରମର ପ୍ରତିଷ୍ଠାତା ବିଶ୍ୱନାଥ ବାବା ଙ୍କ ପୌରତରେ ଗ୍ରବାସୀ ମନେ ପାଳନ କରିଛନ୍ତି,
ପ୍ରତ୍ୟୁଷ ରୁ ବ୍ରହ୍ମ ଧୂନି ପ୍ରତିଷ୍ଠା କରା ଯାଇ ଥିଲା, ବାବା ବିଶ୍ୱନାଥ ଓ ଆଶ୍ରମ ଅନ୍ରବାସୀ ବାବା କୃପାସିନ୍ଧୁ ବାବା ଅନାକାର ବ୍ରହ୍ମ ର ପୂଜାର୍ଚନା କରିଥିଲେ, ସନ୍ଧ୍ୟା ରେ ଭକ୍ତ ସମାବେଶ ଦେଖିବାକୁ ମିଳିଥିଲା, ଶ୍ରଦ୍ଧାଲୁ ଭକ୍ତ ମନେ ବାବା ବିଶ୍ୱନାଥ
ଙ୍କୁ ଦର୍ଶନ କରିବା ସହ ବ୍ରହ୍ମ ଧୁନୀଙ୍କୁ ଦର୍ଶନ କରି ଆଶ୍ରିବାଦ ଲାଭ କରିଥିଲେ, ସନ୍ଧ୍ୟାରେ ଅଣାକାର ଭଜନ ମଣ୍ଡଳୀ, ଚିନ୍ତାମଣିଶ୍ୱର, ଭୁବନେଶ୍ୱର ଦ୍ୱାରା ଭଜନ ପରିବେଷଣ କରି ଥିଲେ, ଶତାଧିକ ଶ୍ରଦ୍ଧାଲୁ ଭକ୍ତ ଏହି ଭଜନ ସନ୍ଧ୍ୟାରେ
ଆଶ୍ରମରେ ପହଂଚି ବିଭୁ କୃପା ଲାଭ ସହ ଅଣାକାର ଭଜନ ସନ୍ଧ୍ୟାକୁ ଉପଭୋଗ କରିଥିଲେ, ବାବା ବିଶ୍ୱନାଥ ଙ୍କ ଆଶ୍ରମ ପ୍ରତିଷ୍ଟା ହେବା ଠାରୁ ଗ୍ରାମବାସୀ ମାନେ ବହୁ ଉପକାର ପାଇ ଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ବଇକୁଣ୍ଠ ଚରଣ ଦାସ, ମହେନ୍ଦ୍ର ସାହୁ, ନିରଞ୍ଜନ ସେଠି,କଇଲାସ ମହାନ୍ତି, ଜଗନ୍ନାଥ ଦାସ, ପ୍ରମୋଦ ମହାନ୍ତି ପ୍ରମୁଖ ଭକ୍ତ ମନେ ବାର୍ଷିକ ଉତ୍ସବ କୁ ସଫଳ କରିବାରେ ବାବାକୁ ସାହାୟତା କରିଥିଲେ l
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )