ବରିଷ୍ଠ ସାମ୍ବାଦିକଙ୍କ ୭୫ ତମ ଜୟନ୍ତୀ ଉତ୍ସବ ପାଳିତ
ସ୍ଥାନୀୟ ଅଚିନ୍ତାମଣ୍ଡପ ଠାରେ ଶାନ୍ତି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବିଜୟ ପଟ୍ଟନାୟକ ଙ୍କ 75ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ଏହିଅବଶରରେ ଆୟୋଜିତ ଉତ୍ସବ ରେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ପଦ୍ମନାଭ ତ୍ରିପାଠୀ ଅଧକ୍ଷତା କରିଥିଲେ.. ବରିଷ୍ଠ ସେବାୟତ ମନୋରଞ୍ଜନ ସିଂହାରୀ ସନମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ବିଜୟ ପଟ୍ଟନାୟକ ଙ୍କ ନିରପେକ୍ଷତା ସମ୍ବାଦ ପରିବେଷଣ କରିବା ଉପରେ ଆଲୋକପତ କରିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ . ଅନ୍ୟମାନଙ୍କ ମଧ୍ୟରେ ମନୋଜ ଦାସ, ପ୍ରଭାକର ବେହେରା, ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, କାଶୀନାଥ ସୁବୁଦ୍ଧି, ବିଦେଶୀ ଦଳେଇ, ଭୀରୁ, ପୁଷ୍ପଜିତ ମହାପାତ୍ର, ଗୋପାଳ ଚନ୍ଦ୍ର ଦାସ ପ୍ରମୁଖ ବହୁ ବିଶିଷ୍ଟ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ଯୋଗଦେଇ ଶ୍ରୀ ପଟ୍ଟନାୟକ ଙ୍କ ଦୀର୍ଘ ଜୀବନ କାମନା କରିଥିଲେ . ଶେଷରେ କୁନି ବାଳଗୋପାଳ କେକ୍ କାଟି ସମସ୍ତ ଙ୍କୁ କେକ୍ ବଣ୍ଟନ କରିଥିଲେ ଏବଂ ଶେଷରେ ଫଟୋ ସାମ୍ବାଦିକ ମହେନ୍ଦ୍ର ସହୂ ଧନ୍ୟବାଦ ଅର୍ପଣ କରିଥିଲେ l
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )