ଦବଦବା କାମନକରିବାରୁ କନକପୁରୁ ଫାଣ୍ଡି ଅଧିକାରୀ ଙ୍କୁ ମିଡ଼ିଆ ଦ୍ଵାରା ଟାରଗେଟ କରୁଛନ୍ତି ଦଲାଲ
ତିର୍ତୋଲ :କିଛି ରାଜନୈତିକ କୁଜିନେତା ଦଲାଲ ସାଜି ଘୁରିବୁଲୁଛନ୍ତି ଫାଣ୍ଡି ନିକଟରେ,ବିଭିନ୍ନ ସମସ୍ୟା ନେଇ ଥାନା ଫାଣ୍ଡି କୁ ଆସୁଥିବା ଅଭିଯୋଗ କାରିଙ୍କୁ ନିଜର ପାରିବା ପଣିଆ କଥା କହି ପୋଲିସି ଉପରେ ତାଙ୍କର ବେଶୀ କତୃତ୍ୱ ଅଛି ସବୁ ଓଲଟ ପାଲଟ ଆମେ କରି ଦେବା କହି ଏହି ଭଦ୍ରମୁଖା ପିନ୍ଧା ଦଲାଲ ମାନେ ନିରିହ ଲୋକ ମାନଙ୍କୁ ଜାଲରେ ଫସାଇ ହାତ ପକେଟ ଚିକଣ କରି ଚାଲି ଥିବା ବେଳେ କନକପୁରୁ ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ଯୋଗ ଦେବା ପରେ ଦଲାଲ ମାନେ କେଶେ ରଫାଦଫା କରିବା ରେ ସଫଳ ହେଉ ନଥିବା ରୁ ତିର୍ତୋଲ ଥାନାର କନକପୁରୁ ଫାଣ୍ଡି ଅଧିକାରୀ ଙ୍କୁ ବଦନାମ କରିବା ପାଇଁ
ମିଡ଼ିଆ କୁ ଅସ୍ତ୍ର କରୁଥିବା ଦେଖାଯାଉଛି। ଅନୁସନ୍ଧାନ ରୁ ଜଣା ଯାଏ ଜନୈକ ଦଲାଲ ର ଅଣ୍ଟି ନପୁରି ବାରୁ ଏକ ପୁରୁଣା ଘଟଣା କୁ ଏସ ପି ନଜରକୁ ଅଭିଯୋଗ କାରିଣି ଦ୍ବାରା ଆଣି ମିଡ଼ିଆ ରେ ଛାପି ଫାଣ୍ଡି ଅଧିକାରୀ ଙ୍କୁ ଟାରଗେଟ କରାଯାଉଛି, ମିଲିଥିବା ସୂଚନା ଅନୁଯାୟୀ ୬/୨/୨୦୨୧ରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କନକପୁରୁ ଫାଣ୍ଡିରେ ବିରିତୋଳ ଗ୍ରାମର ମହମ୍ମଦ ଗରିବୁଲ୍ଲା ଙ୍କ ଏକ ଆକ୍ଟିଭା ସ୍କୁଟିକୁ ସେହିଗ୍ରାମର ମହମ୍ମଦ ହବିବି ନେଇଯାଇଥିବା
ଅଭିଯୋଗ ହୋଇଥିଲା ଜାହାର ତତ୍କାଳିନ ଅଧିକାରୀ କିଛି ପଦଖେପ ନେଇନଥିଲେ ଏହି କେଶେ ଭିତରେ ଦଲାଲ ପଶି କେଶେ ଟିକୁ ଚାପିଥିବା
ଜଣାଯାଇଛି,ଏବେ ଏଠାରେ ଫାଣ୍ଡି ଇନି ଚାର୍ଜ ବଦଳି ଯିବାପରେ ଉକ୍ତ ଦଲାଲ ଆଗପରି କତୃତ୍ୱ ବିସ୍ଥାର କରି ନପାରିବାରୁ ୮/୩/୨୦୨୨ ରେ ପୁନଃ ଅଭିଯୋଗ ଓ ଆଭିଯୋଗ ରେ ସ୍କୁଟିର ନଂ ଉଲେଖ ନକରିବା ଓ ଏସ ପି ଜଗତସିଂହପୁର ରେ ଫାଣ୍ଡି ଅଧିକାରୀ ଙ୍କ ବିରୋଧ ରେ ଅଭିଯୋଗ କରିବା ଓ ମିଡ଼ିଆ ରେ
ପରିଵେଷିତ ଖବରରେ ଆକ୍ଟିଭା ସ୍କୁଟି ନଂ କୁ ପ୍ରକାଶ ନକରିବା କେଉଁଠି ନା କେଉଁଠି କଳାଦାଗ ଥିବାର ଅନୁମାନ କରାଯାଇପାରେ ।ତିର୍ତୋଲ ଥାନାରେ ନିଷ୍ଠା କର୍ତ୍ତବ୍ୟ ରତ କର୍ମଚାରୀ ଭାଭେ ଦାଇତ୍ଵ ତୁଲାଇବା ପରେ ଶ୍ରୀ ସେଠୀଙ୍କୁ କନକପୁରୁ ଫାଣ୍ଡି ଇନି ଚାର୍ଜ କରାଯାଇଛି ,ଯେବେଠାରୁ କନକପୁରୁ ଫାଣ୍ଡି ଶ୍ରୀ
ସେଠୀ ଦାଗତ୍ୱ ଭାର ଗ୍ରହଣ କରିଛନ୍ତି ସେବେଠାରୁ ଏହି ଫିଣ୍ଡି କୁ ଆସୁଥିବା ଅଭିଯୋଗ କାରି ସନ୍ମାନ ପାଇବା ସହ ନ୍ୟାୟ ମଧ୍ୟ ମିଳି ପାରୁଛି,ଗତ କିଛି ଦିନ ତଳେ ଦୃବୁତ ମାନେ ସ୍ଥାନୀୟ ଧାନମଣ୍ଡି ର ଯନ୍ତ୍ରାସ କୁ ଚୋରି କରିନେଇଥିବା ବେଳେ ଫାଣ୍ଡି ଅଧିକାରୀ ଏହି ଅପହୃତ ଦ୍ରବ୍ୟ କୁ ଉଧ୍ୟାର କରି।ପ୍ରଶସାଂର ପାତ୍ରହୋଇଥିଲେ। ତେବେ ଜଣେ ଦଖ୍ୟ ଅଧିକାରୀ ଙ୍କୁ ବଦନାମ କରିବା ପାଇଁ କୁଚକ୍ରି ଦଲାଲ ଙ୍କ ଚକ୍ରାନ୍ତ ଚାଲିଛି ବୋଲି ବୁଧ୍ଧିଜୀବି ମାନେ ଭାବୁଛନ୍ତି।
ତିର୍ତୋଲ ଇପିଏ ରୁ ଶ୍ରୀଵତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )