ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ

0 9

ରଥଯାତ୍ରା ନିମନ୍ତେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ତିନି ରଥ ର କଳସ , ପାଖୁଡା , ଚନ୍ଦ୍ର ଶାଳୀ କାର୍ଯ୍ୟ ଚାଲିଚି। ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଯେଉଁ କାର୍ଯ୍ୟ ଆବଶ୍ୟକ ତାହା ଚାଲୁ ରହିଛି । ତିନିରଥର ପୋଟଳ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ତିନିରଥର ଖପୁରି ଏବଂ ପାରାଭାଡ଼ିକୁ ମିଶାଇ ମୋଟ ୧୩ ପରସ୍ତ ପୋଟଳ ପଡ଼ିଥାଏ। ସେଥିମଧ୍ୟରୁ ତିନିରଥର ‘ବଡ଼ଧରା’ ପୋଟଳ ପଡ଼ିଛି। ତିନିରଥର ସମ୍ମୁଖ ଭାଗ ବ୍ୟତୀତ ଅନ୍ୟ ତିନି ପାର୍ଶ୍ଵରେ ବଟନ ବାଡ଼ିଆ ଶେଷ ହୋଇଛି । ଏହାପରେ ବେଦି ଚାରିପଟେ ପଟା ପକାଯିବ। ଏଥସହ ତିନିରଥର ନାହାକା କଇଁଛି ଦୁଇଟି ଲେଖାଏ ଉଭୟ ପାର୍ଶ୍ଵରେ ପଡ଼ିଛି। ତିନି ରଥର ଦୁଇଟି ଲେଖାଏ କତରା ନିର୍ମାଣ ଶେଷ ହୋଇ ରଥ ନିକଟରେ ସାଇତା ଯାଇଛି। ଏହି କତରା ରଥତ୍ରୟରେ ଫିଟିଙ୍ଗକରାଯିବ। ତିନିରଥର ୮ଟି ଲେଖାଏ ମଗର ମୁଖ ପଟା ନିର୍ମାଣ ସରିଛି। ତିନିରଥର ଚାର ପରିଚ୍ଛା ନିର୍ମାଣ ଶେଷ ପରେ ରୂପକାର ସେବକମାନେ ସେଥୁରେ ଡାଳି ଲତା ଏବଂ ପଦ୍ମପାଖୁଡା ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ୧୨ଟି ଲେଖାଏ କଣି ଫାଉଡା ନିର୍ମାଣ ଶେଷ ହଉଛି I ତିନିରଥର ରୂପକାର ସେବକମାନେ ୮ଟି ଲେଖାଏ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖୀବା ସହ ତିନିରଥର ଚାର ପରିଛାରେ ଡାଳି ଲତା ଏବଂ ପଦ୍ମ ପାଖୁଡ଼ା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକର ସେବକମାନେ ତିନିରଥର ପାର୍ଶ୍ଵ ଦେବଦେବୀ ମୂର୍ତ୍ତିଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରଖୀଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.