ମାଁ ବୁଢ଼ି ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ

0 44

ବ୍ରହ୍ମପୁର : ପ୍ରସିଦ୍ଧ ମାଁ ବୁଢ଼ି ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ନେଇ ଯାତ୍ରାର ଆୟୋଜକ ତଥା ମୁଖ୍ୟ ପରିଚାଳକ ଶ୍ରୀ ଦୁର୍ଗା ପ୍ରସାଦ ଦେଶି ବେହେରା ଏକ ସୂଚନା ପତ୍ରରେ ପାରମ୍ପରିକ ସିଦ୍ଧାନ୍ତିଙ୍କ ଠାରୁ ୧୭ ତାରିଖ ଦିନ ନିର୍ଦ୍ଧାରିତ କରିଥିଲେ । ସେନେଇ ଶୁକ୍ରବାର ଦିନ ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରାତଃ ସମୟରେ ପରିଚାଳନା କମିଟିର ଉପସ୍ଥିତିରେ ଏକ ଢେଣ୍ଡୁରା ବାଜା ବଜାଇ ସହର ସାରା ବୁଲାଇ ସୂଚନା ଦିଆଯାଇଥିଲା । ଏବଂ ରାତ୍ର ସମୟରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ସେଥିରେ ଅସ୍ଥାୟୀ ମଣ୍ଡପ ଯାତ୍ରା ନିମନ୍ତେ ସିଦ୍ଧାନ୍ତି ପାଞ୍ଜି ଅନୁସାରେ ଆସନ୍ତା ମାସ ୪ ତାରିଖ ଠାରୁ ମେ ମାସ ୧ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ତାରିଖ ସୁନିଶ୍ଚିତ କରାଯାଇଛି ।

ଏହି ବୈଠକରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଓଡ଼ିଶା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ମହାରଣା, ଡେପୁଟି ମେୟର ଇ.ବିବେକ ରେଡ୍ଡୀଙ୍କ ସମତେ ମହାନଗର ନିଗମର ବହୁ କର୍ପୋରେଟର ଓ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଉପସ୍ଥିତ ରହି ବହୁ ଆଲୋଚନା କରିବା ପରେ, ସେଠାରୁ ମାଁଙ୍କ ସ୍ଥାୟୀ ମନ୍ଦିର ଯାଇ ମାଙ୍କ ଆଜ୍ଞା ମାଳ ପାଇ ଶୁଭଖୁଣ୍ଟି ପୂଜାର୍ଚ୍ଚନା କରି ଉକ୍ତ ଶୁଭଖୁଣ୍ଟିକୁ ସସମ୍ମାନେ ଆଣି ମାଙ୍କ ବାପା ଘର ଅସ୍ଥାୟୀ ମଣ୍ଡପ ପାର୍ଶ୍ଵରେ ସ୍ଥାପନ କରି ପୂଜାବିଧି ସମ୍ପୂର୍ଣ୍ଣ କରାଯାଇଛି ବୋଲି ଶ୍ରୀ ଦେଶୀବେହେରା କହିଛନ୍ତି । ଏହି କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ମାନଙ୍କ ସମେତ ବହୁ ସେବକ ମାନେ ସାମିଲ ହୋଇ ପରିଚାଳନାରେ ସହଯୋଗ କରିଥିଲେ ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.