ସୂତାକଳ ପୁନଃ କାର୍ଯ୍ୟକ୍ଷମ ଦାବିରେ ମୁଖ୍ୟ ମନ୍ତୀ ଉଦେଶ୍ୟ ରେ ତହସିଲ ଦାର ଙ୍କୁ ଦେଲେ ଦାବିପତ୍ର,

0 56

ତିର୍ତୋଲ :ଅନାଦେୟ ଋଣ ଯୋଗୁ ବ୍ୟାଙ୍କ ତିର୍ତୋଲ ସାରଳା ସୂତାକଳ କୁ ସିଲି କଲା ପରେ ଏହାକୁ ପୁନଃ କାର୍ଯ୍ୟ କ୍ଷମ କରିବା ଲାଗି ବିଭିର୍ନ ସଂଗଠନ ଆଗକୁ ଆସିଛନ୍ତି, ତିର୍ତୋଲ ବ୍ଲକ କଂଗ୍ରେସ ଦସ୍ତଖତ ଅଭିଯାନ ଚଳାଉ ଥିବା ବେଳେ ଏବେ ଉପକୂଳ ବିକାଶ ପରିଷଦ, ଜଗତସିଂହପୁର ଓ ଜୀବ ଉଦ୍ଧାର ସମିତି ଆଗକୁ ଆସି ଛନ୍ତି l ସୂତାକଳ ଓ ରାହାମା ଲୁଗା କଳ କୁ ପୁନଃ କାର୍ଯ୍ୟକ୍ଷମ ଦାବିନେଇ ମୁଖ୍ୟ ମନ୍ତ୍ରୀ ଉଦେଶ୍ୟର ତିର୍ତୋଲ ତହସିଲଦାର ସୁଜାତା ପତ୍ର ଙ୍କୁ ଏହି
ଦାବିପତ୍ର ପ୍ରଦାନ କରା ଯାଇଛି l ଏହି ସୂତାକଳ ରେ 150 ସ୍ଥାଇ ଅଧିକାରୀ ଓ ପ୍ରାୟ 1500ଶ୍ରମିକ କାର୍ଯ୍ୟ କରୁଥିଲେ ସେମାନଙ୍କ ଅବସ୍ଥା ଏବେ ଶୋଚନୀୟ l ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହା କୁ କାର୍ଯ୍ୟକ୍ଷମ କରିବା ଲାଗି ଦାବିହୋଇ ଆସୁଥିଲେ ହେଁ ସରକାର କର୍ଣ୍ଣପାତ କରି ନଥିଲେ, ଏବେ ବ୍ୟାଙ୍କ ଅନା ଦେୟ ଋଣଯୋଗୁ ସୂତା କଳକୁ ନିଜ ଅକ୍ତିଆର କୁ ନେବା ପରେ ସାମାଜିକ ସଂଗଠନ ଆଗକୁ ଆସି ଛନ୍ତି, ଜଗତସିଂହପୁର ପୁର ର ଉପକୂଳ ବିକାଶ ପରିଷଦ ର ସଭାପତି ସରୋଜ କୁମାର ନାଏକ,ଧୃତିଧାର ଦାସ, ଜୀବଉଧାର ସମିତି ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି, ସମାଜ ସେବି ନୃସିଂହ ଚରଣ ବାରିକ ରମାକାନ୍ତ ରାଉଳ, ପ୍ରମୁଖ ଏହା ର ନେତୃତ୍ୱ ନେଇଥିଲେ l

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.