ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ରୁ ଫେରିଥିବା ଯୁବକ ଯୁବତୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା

0 14

କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ କଳାହାଣ୍ଡି ୬୪ ବାଟାଲିୟନ, ସିଆରପିଏଫ ର ମିଳିତ ଉଦ୍ୟମ କ୍ରମେ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର ଯୋଗ ଦେଇଥିବା ୨୦ଜଣ ଯୁବକ ଯୁବତୀ ଙ୍କୁ ଗତ ୧.୨.୨୦୨୩ ତାରିଖ ରେ ଜିଲ୍ଲାପାଳ ଙ୍କ ସଦ ଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ଏହି ଦଳ କେରଳ ରାଜ୍ୟ ର କୋଚି ଠାରେ ଗତ ୨୩ ତାରିଖ ରୁ ୨୯ ଜାନୁଆରୀ ପ୍ରଯ୍ୟନ୍ତ କେରଳ ରାଜ୍ୟ ର ବିଭିନ୍ନ ଏତିହାସିକ ସ୍ଥଳ, ପ୍ରଯ୍ୟଟନ ସ୍ଥଳ ବୁଲିବା ଦେଖିବା ସହ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ଲୋକ ସଂସ୍କୃତି ଉପରେ ଆଲୋଚନା କରିବା ଏବଂ ନିଜ ରାଜ୍ୟ ର କଲା ସଂସ୍କୃତି ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ସଂସ୍କୃତି କାର୍ଯ୍ୟକ୍ରମ ରେ ଯୋଗଦାନ କରି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାପାଳ ସମସ୍ତ ଙ୍କୁ ଶୁଭେଚ୍ଛା ଜଣେଇଥିଲେ l ଆଜିର ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ସମସ୍ତ ଶିବିରାଥୀ ଙ୍କୁ ସ୍ୱାଗତ ଜଣେଇବା ସହ କେରଳ ଠାରେ ପାଇଥିବା ନିଜନିଜ ଅଭିଜ୍ଞତା କୁ ସମସ୍ତ ଙ୍କୁ ଜଣେଇବା ପାଇଁ କହିଥିଲେ l ସମସ୍ତ ଶିବିରାର୍ଥି ମଧ୍ୟ ଉତ୍ସାହିତ ହୋଇ ସେଠାରେ ପାଇଥିବା ଅଭିଜ୍ଞତା ସମ୍ପର୍କ ରେ ସମସ୍ତ ଙ୍କୁ ଜଣେଇଥିଲେ l ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ,ସିଆରପିଏଫ ୬୪ ବାଟାଲିୟନ ଶ୍ରୀ ପି.କେ. ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ,ଡି ଆଇ ପି ଆର୍ ଓ ଶ୍ରୀ ମନୋଜ କୁମାର ବେହେରା,୬୪ ବାଟାଲିୟନ ଏସଆଇ ମନୋରଞ୍ଜନ ମହାକୁର, ଏନଆଇକେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର, ଲେଖାପାଳ ଶ୍ରୀ ଦୂତିଆ ବନଛୋର ପ୍ରମୁଖ ଉପସ୍ଥିତ ରହି ଶିବିରଥୀ ଙ୍କୁ ସ୍ୱାଗତ ଜଣେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଶିବିରଥୀ ମାନଙ୍କୁ ସେଠାକାର ଅଭିଜ୍ଞତା ବିଷୟରେ ସମସ୍ତ ଙ୍କୁ ଜଣେଇବା ସହ ଭବିଷ୍ୟତ ରେ ଜଣେ ଭଲ ନାଗରିକ ହେବା ସହ ସବୁବେଳେ ସମାଜ ପ୍ରତି ଉଷର୍ଗୀ ରହିବାକୁ ପରାମର୍ଶ ଦେଇଥିଲେ l ସେହିପରି ଆଦିବାସୀ ମାନଙ୍କ କଲା ସଂସ୍କୃତି ଓ ଲୋକ ପରମ୍ପରା କୁ ବଜାୟ ରଖିବା ସହ ସମସ୍ତ ଙ୍କୁ ସାହାର୍ଯ୍ୟ କରିବାପାଇଁ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ପରାମର୍ଶ ଦେଇଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତୃତୀୟ ସ୍ଥାନ ପାଇ ରାଜ୍ୟ କୁ ଗୌରବାନିତ କରିଥିବାରୁ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣେଇଥିଲେ l ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବକେନ୍ଦ୍ର ସଂଗଠନ ର ସମସ୍ତ ସ୍ବେଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା, ଶମ୍ଭୁ ବିଶି, ଚୁଳମଣୀ ମାଝୀ, ଦୁଲବ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.