ଜିଲାପାଳଙ୍କ ଜନଶୁଣାଣୀ
୧୫୫ ଅଭିଯୋଗରୁ ୧୧୨ଟି ମାମଲାର ଫଇସଲା
କଙ୍କଡ଼ାହାଡ଼:ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ସଭାଗୃହ ପରିଷରରେ ସୋମବାର ଜିଲାପାଳଙ୍କ ଜନ ଅଭିଯୋଗର ଶୁଣାଳୀର ହୋଇଛି।କରୋନା ପାଇଁ ଦିର୍ଘ ଦୁଇବର୍ଷ ବ୍ୟବଧାନରେ ହେଉଥିବା ଏହି ଶୁଣାଳୀରେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାସ ଉପସ୍ଥିତ ରହି ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଳୀ କରିଥିଲେ।ଏଥିରେ ସମୁଦାୟ ୧୫୫ ଟି ଅଭିଯୋଗ ଆସିଥିବା ବେଳେ ୬ଟି ସାମୁହିକ ଅଭିଯୋଗ ଅବଶିଷ୍ଠ ବ୍ୟକ୍ତିଗତ ଅଭିଯୋଗ ଥିଲା। ସେଥିମଧ୍ୟରୁ ଆବାସ ଯୋଜନା,ଜମିଜମା ,ଭତ୍ତା, ପୋଲିସ ସଂକ୍ରାନ୍ତିୟ ଅଭିଯୋଗ ଥିବାବେଳେ ଘଟଣାସ୍ଥଳରେ ୧୧୨ଟି ଅଭିଯୋଗର ଫଇସଲା ହୋଇଥିଲା।
ଏହି ଶିବିରରେ ଢେଙ୍କାନାଳ ଏସପି ଭି ଦିବ୍ୟା, ଜିଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ନିର୍ଦେଶକ ଶାଫଲ୍ୟ ମଣ୍ଡିତ ପ୍ରଧାନ,ଉପଜିଲ୍ଲାପାଳ ଜ୍ୟୋତି ଶଂଙ୍କର ସାହୁ, ଏସଡିପିଓ ରଂଜନ କୁମାର ଦେଓ,ତହସିଲଦାର ରମେଶ କୁମାର ଜେନା, ବିଡିଓ ବୁଲବୁଲ ବେହେରା,ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାସ,ଜଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ,ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ବିଶ୍ବାଳ, ଜିଲା ଯୋଗାଣ ଅଧିକାରୀ ନିରୋଦ ରଂଜନ ଦାସ,ଜିଲା ଗ୍ରାମ୍ୟଉନ୍ନୟନ ନିର୍ବାହି ଯନ୍ତ୍ରୀ ଇଂ ସୁରେନ୍ଦ୍ର କୁମାର ବେହେରା,ସହକାରୀ ନିର୍ବାହି ଯନ୍ତ୍ରୀ ଇଂ ହିମାଂଶୁ ଶେଖର ନାୟକ, ମୁଖ୍ୟ ଜିଲା କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ କୁଶ କୁମାର ଅଗ୍ରଓ୍ବାଲ,ଜିଲା ସମାଜ ମଙ୍ଗଳ ଅଧିକାରିଣୀ କ୍ରୀଷ୍ଣା ରାୟ, ଜିଲା ବାଳିକା ଶିକ୍ଷା ସଂଯୋଜିକା ପ୍ରଦୀପ୍ତା ପ୍ରୀୟଦର୍ଶୀନି, ପ୍ରାଣୀ ଚିକିତ୍ସକ ଡା ସତ୍ୟ ବିକ୍ରମ ତରାଇ, ବନପାଳ ସତ୍ୟନାରାୟଣ ସାହୁ ଓ ବନବିହାରୀ ସର୍ଦାର,ବ୍ଲକ ସହକାରୀ ଯନ୍ତ୍ରୀ ଇଂଅକ୍ଷୟ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l
ଢେଙ୍କାନାଳ ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )