ସମ୍ପୂର୍ଣ ଭାରତ ବର୍ଷ ରେ ପବିତ୍ର ରମଜାନ ମାସ ଆରମ୍ଭ ହୋଇ ଯାଇଥିବା ବେଳେ ବାଦ ପଡିନାହିଁ ଭଦ୍ରକ । ଭଦ୍ରକ ସହରରେ ବିଭିନ୍ନ ସାହି ବସ୍ତି ମାନଙ୍କରେ ପବିତ୍ର ରମଜାନ ର ମହୋଲ ତିଆରି ହୋଇଅଛି ଏହି ମାସ ରେ ସମଗ୍ର ମୁସଲମାନ ମାନେ ଏକ ମାସ ଧରି ଉପାସ ରଖିବା ସହିତ ପ୍ରତେକ ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଯାହା କିଛି ଖାଇବା କଥା ଖାଇ ଥାନ୍ତି ପରେ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ କିଛି ନ ଖାଇ ନ ପିଇ ଉପବାସ କରିଥାନ୍ତି
ଏହି ଭଳି ଏକ ମାସ ଉପବାସ ରଖି ପ୍ରତେକ ଦିନ ସନ୍ଧ୍ୟା ରେ ନମାଜ ଓ କୁରନ୍ ପଡ଼ି ସାରିବା ପରେ କିଛି ଫଳ ଖାଇ ଉପବାସ ଫିଟାଇ ଥାନ୍ତି ଏଥି ସହିତ ଗରିବ ଶେଣୀ ର ଲୋକ ମାନଙ୍କୁ ଦାନ ଧର୍ମ କରିଥାନ୍ତି ଏହି ଉପବାସ ମାସ ଶେଷ ରେ ଜହ୍ନ ଦେଖି ଇଦ ପର୍ବ ପାଳନ କରିଥାନ୍ତି ଏଥି ସହିତ ତାଙ୍କ ପାଇଁ ଏହି ମାସ ଓ ଏହି ପର୍ବ ଟି ହେଉଛି ଶାନ୍ତି, ଦାନ, ଧର୍ମ ଓ ପୁଣ୍ୟ କାର୍ଯ୍ୟ କରିବାର ମାସ l
ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )