ଗେଲ ଇଣ୍ଡିଆ କମ୍ପାନୀ ଟଙ୍କା ନ ଦେବାରୁ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା

0 4

ଭଦ୍ରକ: ଶାଶୁ ଭୁଆସୁଣୀ ( ଚାନ୍ଦବାଲି ) ଗ୍ରାମର ଗ୍ରାମବାସୀ ମାନେ 2020 ରେ ହେବାକୁ ଯାଉଥିବା ପେଟ୍ରୋଲିୟମ ଓ ଗ୍ୟାସ ପାଇପ ଲାଇନ ଜମି ଅଧ୍ଵକରଣ ଅଧିନିୟମ 1962 ର ଧାରା 3 ( 1 ) ଅଧିସୂଚନା ସମ୍ପର୍କିତ ଧାମରା ଗ୍ୟାସ ପାଇପ ଲାଇନ ଗେଲ ଇଣ୍ଡିଆ ଲିମିଟେଡ , ଗେଲ ଇଣ୍ଡିଆ କମ୍ପାନୀ ର କାର୍ଯ୍ୟକ୍ରମ ର ଜମି ମାଲିକ ମାନଙ୍କୁ 1 ଡିଶମିଲ ଜମିର ମୂଲ୍ୟ ବାବଦ କୁ 20,000 / – ( କୋଡିଏ ହଜାର ଟଙ୍କା ) ପ୍ରତିଶ୍ରୁତି ଚୁକ୍ତି ପରେ ବର୍ତ୍ତମାନ ୨୦୨୨ ର ନିଷ୍ପତି କ୍ରମେ ତହସିଲଦାର ଚାନ୍ଦବାଲି ମହୋଦୟ ଦେବାରୁ ସେମାନଙ୍କୁ ଜମିର ମାଲିକ ମାନେ ଅସନ୍ତୋଷ ପ୍ରକାଶ କରି ଚାନ୍ଦବାଲି ଥାନାରେ ଭାରପ୍ରାପ୍ତ ଅଧିକାରୀ ମହୋଦୟ ଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ । ହେଲେ କମ୍ପାନୀ ସେମାନଙ୍କ ର କୌଣସି କଥା ନ ଶୁଣିବାରୁ ସମସ୍ତ ଗ୍ରାମବାସୀ ମାନେ ଭଦ୍ରକ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ।

ଭଦ୍ରକ ଇପିଏ ରୁ ଲିପିକା ରାଉତ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.