ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପାଳ ଙ୍କୁ କୋରାଇ ସଂଗ୍ରାମ ସମିତି ଜଣାଇଲେ ଧନ୍ଯବାଦ୍

0 8

ଯାଜପୁର:ବ୍ୟାସନଗର ( ଯାଜପୁର ରୋଡ) କୋରାଇ ସଂଗ୍ରାମ ସମିତି କାର୍ଯ୍ୟାଳୟ ଠାରେ ସଙ୍ଘ ର ସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ସଭାରେ କୋରାଇ ବ୍ଲକ ଅଧିନସ୍ଥ ବିଭିନ୍ନ ସମବାୟ ସମିତି ଅଧୀନରେ ସଫଳ ବୀମା ବାବଦ କୁ ଋଣ କରି %ଦୁଇ ଭାଗ ଅର୍ଥ ପୈଠ କରିଥିଲେ ମଧ୍ୟ ସେମାନଂକୁ ଠିକ ସମୟରେ ଏଚ ଡି ଏଫ ସି ଅଗ୍ର ବୀମା କମ୍ପାନୀ ଅର୍ଥ ନ ଦେବାରୁ ଚାଷୀ ମାନେ ଆର୍ଥକ ଅସୁବିଧାରେ ସମ୍ମୁଖୀନ ହେଉଥିଲେ. ଏହା କୁ ଗୁରୁତର ସହିତ କୋରାଇ ସଂଗ୍ରାମ ସମିତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଯାଜପୁର ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା. ଏହି ପତ୍ରରେ ବୀମା କମ୍ପାନୀ ଯଦି ସାତଦିନ ମଧ୍ୟରେ ଚାଷୀ ମାନଙ୍କୁ ଅର୍ଥ ରାଶି ପ୍ରଦାନ ନାକରେ ସଂଗ୍ରାମ ସମିତି ଯାଜପୁର ରୋଡ ସ୍ଥିତ କଟକ ସମବାୟ ବ୍ୟାଙ୍କ ସମୁଖରେ ରେ ଚାଷୀ ମାନେ ଗଣ ଧାରଣା ଦେବାକୁ ସୂଚନା ଦେବାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ଦୃଢ ନିଁର୍ଧେଷ ଦେବା ପରେ ଗତ କାଲି ଠାରୁ ଚାଷୀ ମାନଙ୍କ ଋଣ ଜମାଖାତା କୁ ଅର୍ଥ ଆସିଥିବାରୁ ସଂଗ୍ରାମ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କୁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି. ତତ ସହିତ ଖରିଫ ଫସଲ ନିମନ୍ତେ ଆବଶ୍ୟକ ଥିବା ସାରା କୀଟ ନାଶକ ଔଷଧ ତୁରଂତ ଯୋଗାଇ ନଦେଲେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦେଇଯାଇଥିବା ଚିଠି ଉପରେ ସାକ୍ଷତ କାରବାକୁ ନିଷ୍ପତି ନିଆଯାଇଛି. ଏହି ବୈଠକ ରେ ସଂଘର ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର. ଆଲୋକ ମହାନ୍ତି ପଦ୍ମନାଭ ନାୟକ ପଦ୍ୟୁମ୍ନ ବୋଇତାଇ ମନୋରଞ୍ଜନ ନାୟକ ପ୍ରହଲ୍ଲାଦ ଦେଓ ପ୍ରମୋଦ କୁମାର ପତ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ.

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.