ପୁଣି ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର

0 48

ପୁଣି ଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ | କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ, ୫ କେଜି ଏଲ୍‌ପିଜି ସିଲିଣ୍ଡର ଦର ୧୮ ଟଙ୍କାକୁ ବଢ଼ିଛି । ହେଲେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୮ ଟଙ୍କା ୫୦ ପଇସା କମିଛି । ଦିଲ୍ଲୀ, ମୁମ୍ବାଇରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ୧୦୫୩ ଟଙ୍କାରେ ପହଞ୍ଚିଛି । କୋଲକତାରେ ସିଲିଣ୍ଡର ପିଛା ଦାମ ୧୦୭୯ ହୋଇଥିବା ବେଳେ ଚେନ୍ନାଇରେ ଏହି ଦାମ୍‌ ୧୦୬୯ରେ ପହଞ୍ଚିଛି। ଆଜିଠାରୁ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ସୂଚନାଯୋଗ୍ୟ, ମେ’ ମାସରେ ଘରୋଇ ଗ୍ୟାସ୍‌ ଦର ୫୦ ଟଙ୍କା ବଢ଼ିଥିଲା। ଫଳରେ ସିଲିଣ୍ଡର ପିଛା ୯୯୯ ଟଙ୍କାରେ ପହଞ୍ଚିଥିଲା। ଅପରପକ୍ଷେ, ୧୯ କେଜି କମର୍ସିଆଲ ଗ୍ୟାସ ଦର ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା କମ୍‌ କରାଯାଇଥିଲା। କିଛି ଦିନ ପୂର୍ବରୁ ପୁଣି ଥରେ କମର୍ସିଆଲ ଗ୍ୟାସ୍‌ ଦର ୧୯୮ ଟଙ୍କା ସିଲିଣ୍ଡର ପିଛା କମ୍‌ କରାଯାଇଥିଲା। ଏହାପରେ ରାଜଧାନର ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ ଦର ସିଲିଣ୍ଡର ପିଛା ୨୦୨୧ ଟଙ୍କା ହୋଇଯାଇଥିଲା। ଏବେ ୮ଟା ୫୦ ପଇସା କମିବା ପରେ ଏହି ଦାମ ୨୦୧୨ ଟଙ୍କାରେ ପହଞ୍ଚିଛି। କମ୍‌ ଦିନ ବ୍ୟବଧାନରେ ଗ୍ୟାସ୍‌ ଦର ବଢ଼ିଥିବା ଯୋଗୁଁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି |

ଇପିଏ ରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.