ରାଇରଙ୍ଗପୁର ପୂଜା କମିଟି ପାଳନ କଲା ବିଜୟ ଉତ୍ସବ

0 5

ରାଇରଙ୍ଗପୁର : ଛଠ ପୂଜା କମିଟି ଓରଫରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଭାରତର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ ପରେ ଏକ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ସଭାପତି।ବିଜୟ ରାମଙ୍କ ଆବାହକତ୍ବ ରେ ଆୟୋଜିତ ଏହି ବୈଠକ ରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଉପରେ ସମସ୍ତ ଉପସ୍ଥିତ ସଦସ୍ଯ ମାନେ ତାଙ୍କର ବକ୍ତବ୍ଯ ପ୍ରଦାନ କରି ଥିଲେ ଏବଂ କିପରି ଭାବରେ ସେ ସମସ୍ତଙ୍କର ସହିତ ଏକ ଶ୍ରଂଖଳ ରେ ଯୋଡି ହୋଇ ରହିଦିଲେ ତାହାର ଚର୍ଚ୍ଚା ହୋଇଥିଲା।ତାଙ୍କର ଏହି ସଫଳତା ଓଡ଼ିଶାର ସଫଳତା,ମହିଳା ଜାତି ର ସଫଳତା,ବାମନଘାଟି ଏବଂ ରାଇରଙ୍ଗପୁର ର ସଫଳତା ରୁପରେ ଗ୍ରହଣ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ଥିଲେ। ଉପସଭାପତି ଅବଧେଶ ମିଶ୍ର, ଲାଲବାବୂ ସାଓ, ବିନୋଦ ଦାସ, ମଦନ ରଜକ, ରବିନ୍ଦ୍ର ସାଓ, ସଂତୋସୀ ରାମ, ସଂପାଦକ ରାଜେଶ ପ୍ରଜାପତି,ଉପସଭାପତି ସନ୍ତୋଷ ସିଂହ, ଛୋଟୁ ଯାଦବ,ସୁଜୀତ ସାଓ,ରାଜେଶ ରାମ ଉପସ୍ଥିତ ଥିଲେ । ମୟୁର ଗୁପ୍ତା, ରଂଜନ ରାମ, ରଂଜୀତ ରାମ, ମୟଙ୍କ ମିଶ୍ର ସହଯୋଗ କରିଥିଲେ।

ରାଇରଙ୍ଗପୁର ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.