କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ ପିଲାଙ୍କ ପାଇଁ ଅଧିକ କ୍ଷତିକାରକ: ବଢ଼ିଲା ହାର୍ଟ ଆଟାକର ବିପଦ

0 10

ନୂଆଦିଲ୍ଲୀ: କରୋନା ଭାଇରସର ଅନ୍ୟ ଭାରିଆଣ୍ଡ ତୁଳନାରେ ଓମିକ୍ରନ ଭାରିଆଣ୍ଟ ପିଲାଙ୍କ ପାଇଁ ଅଧିକ ବିପଜ୍ଜନକ, ଯେଉଁଥିରେ ତାଙ୍କୁ ହାର୍ଟ ଆଟାକ୍ ଓ ଅନ୍ୟ ଗୁରୁତର ରୋଗ ହେବାର ଆଶଙ୍କା ରହିଛି । ଆମେରିକୀୟ ବିଶ୍ୱବିଦ୍ୟାଳୟ-କଲୋରଡୋ ୟୁନିଭରସିଟି, ଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟ ଏବଂ ଷ୍ଟୋନି ବ୍ରୁକ୍ ବିଶ୍ୱବିଦ୍ୟାଳୟ ୧୯ ବର୍ଷରୁ କମ୍ ୧୮,୮୪୯ ପିଲାଙ୍କ ସହ କରୋନା ସଂକ୍ରମଣ ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣ କରିଥିଲା । ଏହି ପିଲାମାନେ କୋଭିଡର ଶିକାର ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ସମ୍ପୃକ୍ତ ଅଧ୍ୟୟନ ଜେଏଏମଏ ପେଡିଆଟ୍ରିକ୍ସ ନାମକ ପତ୍ରିକାରେ ଏହା ଗତ ସପ୍ତାହରେ ପ୍ରକାଶିତ ହୋଇଥିଲା । ଆମେରିକାରେ ଓମିକ୍ରନ ମାମଲା ବଢ଼ିବା ବେଳେ ଛୁଆଙ୍କଠାରେ ୟୁଏଆଇ ମାମଲା ବୃଦ୍ଧି ପାଉଛି କି ନାହିଁ ଜାଣିବାକୁ ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନ କରିଥିଲେ ।
ଅନୁସନ୍ଧାନକାରୀମାନେ କହିଛନ୍ତିି ଯେ, ଓମିକ୍ରନରୁ ପ୍ରଥମେ ଓ ଓମିକ୍ରନର ଅବଧିର ତୁଳନା କରିବା ପରେ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଅନୁପାତରେ କୌଣସି ବିଶେଷ ପାର୍ଥକ୍ୟ ନଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ, ୟୁଏଆଇରେ ପୀଡ଼ିତ ଛୁଆଙ୍କ ଉପର ନାସାଲ୍ ଗୁଡ଼ିକରେ ଅବରୋଧ ହେତୁ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ଏଭଳି ପରିସ୍ଥିତିରେ ସେମାନଙ୍କୁ ମେଡିକାଲ ୟୁନିଟରେ ଚିକିତ୍ସା କରାଯିବାର ଆବଶ୍ୟକ ରହିଛି ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.