ଶିକ୍ଷା ବ୍ଯବସ୍ଥାରେ ଅବ୍ଯବସ୍ଥା,ଶିକ୍ଷାଦାନ କରୁଛନ୍ତି ନକଲି ଶିକ୍ଷକ

0 53

ଶିକ୍ଷା ବ୍ଯବସ୍ଥାରେ ବ୍ଯାପକ ଅବ୍ଯବସ୍ଥା। ଶିକ୍ଷାଦାନ କରୁଛନ୍ତି ନକଲି ଶିକ୍ଷକ। ଆଉ ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ପୁରୀ ରେ ଦୀର୍ଘ ବର୍ଷ ଧରି ମାଳମାଳ ନକଲି ଶିକ୍ଷକ କରୁଛନ୍ତି ଶିକ୍ଷାଦାନ। କାହାର ଜାତିଗତ ପ୍ରମାଣପତ୍ର ନକଲି ତ ଆଉ କାହାର ସିଟି ଓ ବିଇଡି ପ୍ରମାଣପତ୍ର ମଧ୍ୟ ନକଲି। ଆଉ ଏହି ଘଟଣାର ପର୍ଦ୍ଦାଫାସ ହେବା ପରେ ଜିଲ୍ଲା ଶିକ୍ଷାଧିକାରୀ ଦୁଇଜଣ ନକଲି ଶିକ୍ଷକଙ୍କୁ ଚିହ୍ନଟ କରି ନିଲମ୍ବିତ କରାଯାଇଛି। ଆଉ ଏହି ତାଲିକା ଦୁଇରେ ସିମୀତ ନୁହେଁ ଏହିଭଳି ପୁରୀ ଜିଲ୍ଲାରେ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରିଥିବା ୪୯ଜଣ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ। ତାହା ସହିତ ପୁରୀ ଜିଲ୍ଲାର ୩୦୦ଜଣ ଶିକ୍ଷକଙ୍କର ପ୍ରମାଣପତ୍ର ଯାଞ୍ଚ ପାଇଁ ଜାରୀ ହୋଇଛି । ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ ଘୋଷ ଫର୍ଜରୀ ପ୍ରମାଣପତ୍ର ନେଇ ଜାରୀ କରିଛନ୍ତି କାରଣ ଦର୍ଶାଅ ନୋଟିସ। ସେମାନେ ହେଲେ କୃଷ୍ଣପ୍ରସାଦର ବାଲିସାହି ପ୍ରକଳ୍ପ ୟୁପି ସ୍କୁଲର ସହକାରୀ ଶିକ୍ଷକ ସର୍ମିଷ୍ଠା ଦାସ, କ୍ଷୀରିସାହୀ ସ୍କୁଲର ରମେଶ ଚନ୍ଦ୍ର ନାୟକ, ସାମନ୍ତରାପୁର ସ୍କୁଲର ପ୍ରବୀଣ କୁମାର ମାଝୀ, ବାଉରୀପାଲି ସ୍କୁଲର ସନ୍ତୋଷ କୁମାର ପ୍ରଧାନଙ୍କୁ ନୋଟିସ ଜାରୀ ହୋଇଥିଲେ ସୁଦ୍ଧା ଏଯାବତ ସେମାନେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିନାହାନ୍ତି। ସେପଟେ ଜିଲ୍ଲାର ସମସ୍ତ ବିଇଓଙ୍କୁ ପ୍ରମାଣପତ୍ର ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ନକଲି ପ୍ରମାଣିତ ହେଲେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ।


ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଜାଲ୍ ଶିକ୍ଷକଙ୍କ ମଧୁଚନ୍ଦ୍ରୀକା ଯୋଗୁଁ ବିଭିନ୍ନ ସ୍କୁଲରେ ମାଳମାଳ ନକଲି ଶିକ୍ଷକ ବେଧଡକ ଭାବେ କରିଆସୁଛନ୍ତି ଶିକ୍ଷାଦାନ। ଆଉ ଯାଞ୍ଚ ବେଳେ ସେମାନେ ଲାଞ୍ଚ ଦେଇ ତଦନ୍ତକୁ ବାଟବଣା କରୁଛନ୍ତି। ଶୁଣିବାକୁ ମିଳୁଛି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବଡ଼ ଧରଣର ଡିଲ ହେଉଛି ଏବଂ ଏକ ଟଙ୍କା କାରବାର ର ରାକେଟ ଚାଲୁଛି । ତେବେ ଯାଞ୍ଚର ମାନଦଣ୍ଡ ଅନୁସାରେ ତଦନ୍ତ କଲେ ଖାଲି କୃଷ୍ଣପ୍ରସାଦ କି ବ୍ରହ୍ମଗିରି ନୁହେଁ ସମଗ୍ର ପୁରୀ ଜିଲ୍ଲାରେ ଶହଶହ ନକଲି ଶିକ୍ଷକଙ୍କ ପର୍ଦ୍ଦାଫାସ ହୋଇପାରିବ ବୋଲି କହିଛନ୍ତି ଶିକ୍ଷକ ନେତା। ସେପଟେ ଏହାର ପର୍ଦ୍ଦାଫାସ ପାଇଁ ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇ ଜାଲ୍ ଶିକ୍ଷକଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ଦାବି ହୋଇଚି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.