ରୋଜଗାର ପାଈଁ ଯାଇଥିବା ରୋଜଗାରିଆ ପୁଅ ନିଖୋଜ

0 19

ରାଜ୍ୟ ବାହାରକୁ ରୋଜଗାର ପାଈଁ ଯାଇଥିବା ରୋଜଗାରିଆ ପୁଅ ନିଖୋଜ । ନିଖୋଜ ହେବାର ଏକ ସପ୍ତାହ ପୁରିବାକୁ ବସିଥିବା ବେଳେ ପୁଅ ର କୌଣସି ସନ୍ଧାନ ମିଳିନି ବାପା ଙ୍କୁ। ଫଳରେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଥିବା ବେଳେ ପୁଅ ନିଖୋଜ କୁ ନେଇ ଘରେ ଖାଇବା ପିଇବା ସବୁ ବନ୍ଦ୍। ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ର ନଟରା ଗ୍ରାମ ର ସୁନାକର ପରିଡ଼ା ଙ୍କ ପୁଅ ଦୀପକ ରଞ୍ଜନ ପରିଡ଼ା ମହାରାଷ୍ଟ୍ର ପୁନେ ରେ ଗତ 19 ଜୁଲାଇ ରୁ ନିଖୋଜ ଅଛନ୍ତି। ସେ ସକାଳୁ କୁଆଡେ ଯାଇ ଥିବା ବେଳେ ତାଙ୍କର ପତ୍ତା ମିଳିନାହିଁ।

ଏ ନେଇ ପୁନେ ସହର ର ବସରାନ୍ତ୍ବାଡ଼ି ଥାନା ଦୀପକ ଙ୍କ ସାନ ଭାଇ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ପକ୍ଷରୁ ଅନୁସନ୍ଧାନ ପାଇଁ କୌଣସି ଆଜି ଯାଏ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଗତ 3 ମାସ ତଳେ ଦୀପକ୍ ପୁନେ ଯାଇ ସେଠାରେ ଥିବା ଗୁଲେରମ୍ୟାକ ଟାଟା ପ୍ରୋଜେକ୍ଟ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସାନ ଭାଇ ସମେତ ଆଉ କିଛି ସାଥୀ ସେଠାର ଏକ ଘରେ ଭଡ଼ା ନେଇ ରହୁଥିଲେ। ସେ ଗତ 19 ତାରିଖ ରେ ସକାଳୁ ଘରୁ ବାହାରକୁ ଚାଲି ଯାଉଥିବା ଏକ ସିସିଟିଭି ଭିଡିଓ ରେ ଦେଖାଯାଇଛି। ତେବେ ସେ 19 ତାରିଖ ସକାଳୁ ନିଖୋଜ ପରେ ତାଙ୍କ ସାନ ଭାଇ ସମେତ ଅନ୍ୟ ସାଥୀ ମାନେ ନିଖୋଜ ନେଇ ପୁନେ ସହର ର ବିଭିନ୍ନ ସ୍ଥାନ ରେ ପୋଷ୍ଟର ମାରିଥିଲେ ମଧ୍ଯ କୌଣସି ସୁଚନା ହସ୍ତଗତ ହୋଇ ନାହି। ଏ ସମ୍ପର୍କରେ ନିଖୋଜ ଦୀପକ ପରିଡ଼ା ଙ୍କ ବାପା ସୁନାକର ପରିଡ଼ା ଅସ୍ତରଙ୍ଗ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ଅସ୍ତରଙ୍ଗ ଥାନା ପକ୍ଷରୁ ଅନ୍ୟ ସ୍ଥାନ ରେ ଘଟଣା ଘଟିଥିବା ଦର୍ଶାଇ ଏତଲା ଗ୍ରହଣ କରାଯାଇ ନାହିଁ। ଫଳରେ ନିଖୋଜ ଦୀପକ ଙ୍କ ପାରିବାର ଲୋକ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି। ରୋଜଗାରିଆ ପୁଅ ନିଖୋଜ ପରେ ଘର କିପରି ଚାଲିବ ସେ ନେଇ ଚିନ୍ତାରେ ପରିବାର ର ସମସ୍ତ ଲୋକ। ତେବେ ରାଜ୍ୟ ସରକାର ଓ ପୁରୀ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷପ କରି ନିଖୋଜ ଦୀପକ କୁ ଠାବ କରିବାକୁ ଦୀପକ ଙ୍କ ବାପା ଓ ଭାଇ ଆକୁଳ ନିବେଦନ କରିଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.