ଗୀତ ଗାଇ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ
ଚତୁର୍ଥ ଶ୍ରେଣୀ ର ଜଣେ ଛାତ୍ରୀ ପ୍ରଭୁ ଶିବଙ୍କ ଭଜନ ହର ହର ଶମ୍ଭୁ ଏବଂ ଲୋକ ପ୍ରିୟ ଗୀତ ଜସୋମତି ମାତା ଗୀତ ଗାଇ ଏବେ ସୋସିଆଲ ମିଡ଼ିଆ ବେଶ୍ ଭାଇରାଲ ହୋଇଛନ୍ତି। ତାଙ୍କର ସୁ ମଧୁର ସ୍ୱର କୁ ସୋସିଆଲ ମିଡ଼ିଆ ୟୁଜର ବେଶ୍ ପ୍ରଶଂସା କରିଚନ୍ତି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଗଡପଦନପୁର ପଞ୍ଚାୟତ ର ଦଳଭାଣପୁର ଉଛ ପ୍ରାଥମିକ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀର ଛାତ୍ରୀ ଆରାଧ୍ୟା ଦାସ ଏବେ ରାତାରାତି ସୋସିଆଲ ମିଡ଼ିଆ ରେ ସେନ୍ସେସନ୍ ପାଲଟି ଯାଇଛନ୍ତି। ତେବେ ଆରାଧ୍ୟା ଗୀତ ଗାଇବା ପାଈଁ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି। ସେ ମୋବାଇଲ୍ ରେ ୟୁ ଟ୍ୟୁବ୍ ରେ ଗୀତ ଶୁଣି ଶୁଣି ଅତି ସୂ ମଧୁର କଣ୍ଠରେ ସବୁ ଗୀତ ଗାଇ ପାରୁଛନ୍ତି। ତାଙ୍କ ବିଦ୍ୟାଳୟ ର ଜଣେ ଶିକ୍ଷକ ଆରାଧ୍ୟା ଙ୍କ ଏହି ପ୍ରତିଭା ଦେଖି ତାଙ୍କ ଗୀତ ରେକର୍ଡିଁ କରି ସୋସିଆଲ ମିଡ଼ିଆ ରେ ଛାଡିଥିଲେ। ଯାହାକି ବେଶ୍ ଭାଇରାଲ ହୋଇଥିବା ବେଳେ ସୋସିଆଲ ମିଡ଼ିଆ ୟୁଜର ଆରାଧ୍ୟା ଙ୍କ ପ୍ରତିଭା କୁ ବେଶ୍ ପ୍ରସଂସା କରିଛନ୍ତି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )