ଚଳିତ ୬ ତାରିଖରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ
ଗଞ୍ଜାମ କଳା ପରିଷଦ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ବଳରାମ ଦାସ, ସାଧାରଣ ସଂପାଦକ ରମେଶ ମହାରଣା, କାର୍ଯକାରୀ ସଭାପତି ବିଚିତ୍ରାନନ୍ଦ ବେବର୍ତା, ଆବାହକ ଭବାନୀ ମିଶ୍ର, ଶ୍ରୀମତୀ କିରଣବାଳା ମିଶ୍ର ଉପସ୍ଥିତ ରହି ଆସନ୍ତା ଜାନୁଆରୀ ୬ ରୁ ୭ ଦିନ ବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ତଥା ୩୨ତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ସ୍ଥାନୀୟ ପ୍ରକାଶମ୍ ହଲ୍ ଠାରେ ଅନୁଷ୍ଠିତ ହେବା ନେଇ ସୂଚନା ପ୍ରଦାନ କରୁଛନ୍ତି ।
ଏହି ସମ୍ମିଳନୀରେ କାହ୍ନୁ ଚରଣ ଚୌଧୁରୀ, ସୁଦିପ ସାହୁ, ସତ୍ୟ ମହାରଣା, ସିମାଂଚଳ ବେହେରା, କୈଳାଶ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ କମିଟି ତରୁଫରୁ ଅନିଳ କୁମାର ପାତ୍ର, ମନୋଜ ଦଣ୍ଡପାଟ, ଇଂ ସନ୍ନ୍ୟାସୀ ମହାରଣା, ରାଜ ଗୋପାଳ ପାଢୀ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ରାମଚନ୍ଦ୍ର ସାସମଲ, ଡ ମିହିର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )