ଶ୍ରୀକ୍ଷେତ୍ର ରେ ପରମ୍ପରା ନିଆରା

0 33

ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ପ୍ରତେକ ଅନୁଷ୍ଠାନ ର ରୀତିନୀତି ମଧ୍ୟ ସ୍ୱତନ୍ତ୍ର । ପବିତ୍ର ପଣା ସଂକ୍ରାନ୍ତି ଅବସର ରେ ପୁରୀ ସହରରେ ଥିବା ବିଭିନ୍ନ ଜାଗା ଆଖଡା ରେ ମହାବୀର ଙ୍କ ପୂଜାର୍ଚ୍ଚନା କରାଯାଇଛି। ପରେ ସେବାୟତ ଘରର ଯୁବକ ମାନେ ପାରମ୍ପରିକ କୁସ୍ତି ଯୁଦ୍ଧ କଳା ପ୍ରଦର୍ଶନ କରିଛନ୍ତି। ସେହିପରି ବିଭିନ୍ନ ବ୍ୟାୟାମ କସରତ ପ୍ରଦର୍ଶନ ମଧ୍ୟ କରିଛନ୍ତି । ପରେ ପଣା ଛତୁଆ ଖାଇ ମହାବୀର ଙ୍କ ଆଶୀର୍ବାଦ ନେଇଛନ୍ତି। ବିଭିନ୍ନ ବ୍ୟାୟାମ ଉପକରଣ ପୂଜା ମଧ୍ୟ କରିଛନ୍ତି । ଅତୀତରେ ରାଜା ମହାରାଜା ଙ୍କ ଶାସନ ସମୟରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ସେବାୟତ ଘରର ଯୁବକ ମାନେ ନେଉଥିଲେ। ଏଥି ପାଇଁ ନିଜ ଶରୀରଚର୍ଯ୍ୟା କୁ ବଜାୟ ରଖିବା ପାଇଁ ବିଭିନ୍ନ ବ୍ୟାୟାମ କସରତ କରିବା ସହ ପାରମ୍ପରିକ କୁସ୍ତି ଯୁଦ୍ଧ ବିଦ୍ୟା ଶିକ୍ଷା ଗ୍ରହଣ କରୁଥିଲେ। ସେଥିପାଇଁ ଶ୍ରୀମନ୍ଦିର ଚାରିପାଖ ରେ ବିଭିନ୍ନ ସାହି ରେ ଜାଗା ଆଖଡା ଘର ନିର୍ମାଣ ହୋଇଥିଲା । ସେଠାରେ ସେବାୟତ ଘରର ଯୁବକ ମାନେ ବିଭିନ୍ନ ବ୍ୟାୟାମ କରି ନିଜ ଶରୀର କୁ ଶକ୍ତିଶାଳୀ କରି ବିଭିନ୍ନ ଯୁଦ୍ଧ ବିଦ୍ୟା ର ଜ୍ଞାନ ଆରୋହଣ କରୁଥିଲେ। ସେହି ପରମ୍ପରା କୁ ଉଜିବିତ ରଖିବା ପାଇଁ ଆଜି ପଣା ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ବିଭିନ୍ନ ଜାଗା ଘରେ ପ୍ରଭୂ ହନୁମାନ ଙ୍କୁ ପ୍ରଥମେ ପୂଜାର୍ଚ୍ଚନା ପରେ ବିଭିନ୍ନ କୁସ୍ତି କସରତ ବ୍ୟାୟାମ ଅନୁଷ୍ଠିତ ହୋଇଥାଏ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.