ପୁରୀଜିଲ୍ଲା ପିପିଲି ସ୍ଥିତ କ୍ରୀଷ୍ଣା ଗାର୍ଡେନରେ ବିଜେପିର ପୁରୀ ଲୋକସଭା ମଣ୍ଡଳ ପକ୍ଷରୁ ଜିଲ୍ଳା ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ମାନଙ୍କ ସହ କୋରକମିଟି ବୈଠକ ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାଧବି ନିରଞ୍ଜନ ଜ୍ୟୋତିଜୀ ବୈଠକ କରିଛନ୍ତି ।ବିଶେଷକରି ଦଳକୁ ତୃଣ ମୂଳ ସ୍ତରରୁ ଅଧିକ ମଜଭୁତ କରି କେନ୍ଦ୍ରୀୟ ଯୋଜନା କିପରି ସାଧାରଣ ଜନତାଙ୍କ ସେବା ଓ ସ୍ବାର୍ଥ ରେ ଆସି ପାରିବ, ସେନେଇ ଦଳୀୟ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ ସାଧବି ନିରଞ୍ଜନ ଜ୍ୟୋତିଜି। ଉପସ୍ଥିତ ମଣ୍ଡଳ ସଭାପତି ଓ କର୍ମକର୍ତ୍ତଙ୍କ ସହ କେନ୍ଦ୍ରିୟ ଯୋଜନା ର ଲାଭ ଲୋକଙ୍କ ପାଖରେ କିପରି ପହଞ୍ଚିଛି ସେ ବିଷୟରେ ଅଲୋଚନା କରିଥିଲେ ଏବଂ ଅଗାମୀ ଦିନରେ ବିଜେପି କିଭଳି ଜନସାଧାରଣ ଙ୍କ ଆଦୃତ ହୋଇପାରିବ ସେ ବିଷୟରେ ପରାମର୍ଶ ଦେଥିଲେ । ଉକ୍ତ ବୈଠକରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ପୁରୀ ଜିଲ୍ଲା ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )