ଚୌଦ୍ୱାର ବଡ଼ ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖର୍ଦ୍ଦାରେ ବିଜେଡି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ
୩ଜଣ ଗୁରୁତରଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି
କଟକ : ଚୌଦ୍ବାର ଥାନା ବଡ଼ ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖର୍ଦ୍ଦାରେ ହୋଇଛି ବଡ଼ ଧରଣର ଗଣ୍ଡଗୋଳ । ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସରିଥିବା ବେଳେ ସେଠାରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଗୋଟିଏ ଦଳର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଏହି ମାରପିଟରେ ୩ ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହୋଇଛି। ଏଥିରେ ୩ ଜଣଙ୍କର ମୁଣ୍ଡ ଫାଟି ଯାଇଛି। ଆହତମାନେ ହେଲେ ମୀନା ରାଉତ, ପୀତବାସ ରାଉତ ଓ ଭଞ୍ଜ ମାଝି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ସଂପୃକ୍ତ ରାଜନୈତିକ ଦଳର ଗୋଟିଏ ଗୋଷ୍ଠୀ ପକ୍ଷରୁ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି।ଗତକାଲି ଗୋଟଏ ଗୋଷ୍ଠୀ ଟଙ୍କା ବାଣ୍ଟିବାକୁ ଆସିଥିଲେ। ତାଙ୍କୁ ଆଉ ଏକ ଗୋଷ୍ଠୀ ବାରଣ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟଙ୍କା ବାଣ୍ଟିବାକୁ ଆସିଥିବା ଗୋଷ୍ଠୀର ୩୦ରୁ ୪୦ ଜଣ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ଏନେଇ ଏହି ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି।ବିଳମ୍ବିତ ରାତିରେ ଗୋଟିଏ ଦଳର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଏହି ମାରପିଟରେ ୩ ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣାକୁ ନେଇ ଚୌଦ୍ୱାର ଥାନାର ଗୋଟିଏ ଗୋଷ୍ଠୀ ପକ୍ଷରୁ ଏତଲା କରାଯାଇଛି । ଏତଲାକୁ ଭିତ୍ତି କରି ପୋଲିସ ଛାନଭିନ୍ ଜାରି ରଖିଛି । ୨ ଜଣଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି । ଉତ୍ତେଜନା ପାଇଁ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )