ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଜାଲରେ ଫସିଲେ ଟିପିଏସ୍ଓଡିଏଲ
ଲାଞ୍ଚ ନେବା ଅଭିଯୋଗରେ କୋରାପୁଟ ଭିଜିଲାନ୍ସ ବିଭାଗ ଜାଲରେ ଫସିଲେ ଟିପିଏସ୍ଓଡିଏଲ’ ବୌଦ୍ୟୁତିକ ବିଭାଗର ଆସଷ୍ଟ ଇଞ୍ଜିନିୟର । ଭିଜିଲାନ୍ସ ବିଭାଗ ସୂଚନା ମୁତାବକ ତା :୨୪/୨/୨୨ ରିଖ ଅପରାହ୍ନରେ ବୋରିଗୁମ୍ମା ଟିପିଏସ୍ଓଡିଏଲ’ ବୌଦ୍ୟୁତିକ ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର ଶ୍ରୀ ପ୍ରବୀଣ ହୋତାଙ୍କ ବିରୁଦ୍ଧରେ ଦଶ ହଜାର ଲାଞ୍ଚ ଦାବି କରୁଥିବା ନେଇ ବିଭାଗର ଏକ କର୍ମଚାରୀ ( ଆଉଟସୋର୍ସିଂ ଆଧାରରେ ନିୟୋଜିତ ହେଲପର)ଙ୍କ ଅଭିଯୋଗ ଆଧାରରେ ଆଗରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ ଟ.୧୦,୦୦୦/-ଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ନାଲି ହାତରେ ଧରାପଡି ହୋତା ଠାରୁ ୧୦୦୦୦/-ଟଙ୍କା ଉଦ୍ଧାର କରାଯାଇ ଜବତ ସହ ଗିରଫ କରାଯାଇଛି । ଅଭିଯୋଗକାରୀଙ୍କ ଅଭିଯୁକ୍ତ ଏଇ ହୋତା ଟ.୧୦୦୦୦/-ଙ୍କା ନ ଦେଲେ ଅନ୍ୟଥା ଅଭିଯୋଗକାରୀଙ୍କ ସମସ୍ତ ଚୁକ୍ତିନାମା ବନ୍ଦ କରିବାକୁ ଧମକ ଦେଇଥିଲା। ପୂର୍ବରୁ ଅଭିଯୁକ୍ତ ହୋତା ବିରୁଦ୍ଧରେ ମିଟର ଟାମ୍ପରିଂ, ଟ୍ରାନ୍ସଫର୍ମର ବିନିମୟ ସେମାନଙ୍କୁ କ୍ଷତିଗ୍ରସ୍ତ ବୋଲି ଦର୍ଶାଇବା, ଛୋଟ ଏବଂ ମଧ୍ୟମ ବାଣିଜ୍ୟିକ ଗ୍ରାହକଙ୍କୁ ବେଆଇନ ସଂଯୋଗ ଯୋଗାଇବା ଅଭିଯୋଗ ପରେ ସେ ଭିଜିଲାନ୍ସର ସ୍କାନରରେ ରହିଥିଲେ।
ଆଜି କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାର ଚାରୋଟି ସ୍ଥାନରେ ଶ୍ରୀ ହୋତାଙ୍କ ସମ୍ପତ୍ତି ଉପରେ ଏକକାଳୀନ ସର୍ଚ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି। ତଦନ୍ତ ସମୟରେ ତଦନ୍ତ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀ ହୋତା, ଏଇ’ର ଘର ସର୍ଚ୍ଚ ସମୟରେ ୪,୦୫,୬୦୦/-ଟଙ୍କା ନଗଦ ଏପର୍ଯ୍ୟନ୍ତ ଉଦ୍ଧାର କରିଥିବା ସୂଚନା ମିଳିଛି |
ଏହି ସଂଯୋଗରେ କୋରାପୁଟ ଭିଜିଲାନ୍ସ ପିଏସ କେସ ନମ୍ବର ୦୩/୨୦୨୨ ଅନୁସାରେ ଏକ ମାମଲା ଋଜୁ କରି ଅଧିକ ତଦନ୍ତ ଜାରୀ ରଖିଛି ।
ରାୟଗଡ ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )