ରକ୍ତଦାତା ପ୍ରବର୍ତ୍ତକ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

0 15

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣା ମହିଳା ଶିଳ୍ପ ତାଲିମ କେନ୍ଦ୍ର ଠାରେ ଓଡିଶା ରେଡକ୍ରସ ବୌଦ୍ଧ ଶାଖା ଆୟୋଜନରେ ରକ୍ତଦାତା ପ୍ରବର୍ତ୍ତକ ଓ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l ବ୍ଲଡ ବ୍ୟାଙ୍କ ଅଧିକାରୀ ଡl ଭଞ୍ଜ କିଶୋର ରାମ ଚନ୍ଦ୍ର ହେମ୍ବ୍ରମ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନ୍ ଏ ସି ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡl ସଂଘମିତ୍ରା ପଣ୍ଡା , ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୁଶାନ୍ତ କୁମାର ମହାପାତ୍ର, ରକ୍ତଦାତା ପ୍ରବର୍ତ୍ତକ ସଂଘ ସଂପାଦକ ଦେବାଶିଷ ପୁରୋହିତ ମଞ୍ଚାସିନ ଥିବାବେଳେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ଯୋଗଦେଇ ଉପସ୍ଥିତ ରକ୍ତଦାତା ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ବିଭିନ୍ନ ତଥ୍ଯ ସହିତ ଉତ୍ସାହିତ କରିଥିଲେ l୨୦୨୩ ମସିହା ମଧ୍ୟରେ ଜିଲ୍ଲାରେ କେତେ ଗୋଟି ରକ୍ତ ଦାନ ଶିବିର କରିହେବ ଓ ଏଥିରେ କେଉଁ ଅନୁଷ୍ଠାନ ଦାୟିତ୍ଵ ବହନ କରିବେ ତାର ଊପରେ ଆଲୋଚନା ହୋଇଥିଲା l ଜିଲ୍ଲାରେ କୌଣସି ବ୍ୟକ୍ତି ରକ୍ତ ବିନା ମୃତ୍ୟୁ ବରଣ ନ କରନ୍ତି ସେଥିପାଇଁ ସଂକଳ୍ପ ନେଇଥିଲେ l ଆସନ୍ତା ଦିନରେ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ସ୍ଥିର କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ରେ ବ୍ଲଡ ବ୍ୟାଙ୍କ କର୍ମଚାରୀ ମାନେ ସହଯୋଗ କରିଥିଲେ l

ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.