ଶ୍ରୀଗୁଣ୍ଡିଚା ରୁ ରଙ୍ଗବଲ୍ଳହବ ମଠ ୟାତ୍ରା
କଟକ : ବିଶ୍ୱର ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ର ମୁଖ୍ୟ ଚକ ପୁରୀ ଶ୍ରୀଗୁଣ୍ଡିଚା ରାଣୀ ମନ୍ଦିରରୁ କଟକସ୍ଥିତ ହାଟସାହି ଗ୍ରାମ ପୁରୀ ରଙ୍ଗବଲ୍ଳହବ ମଠର ପୂର୍ବତନ ମହନ୍ତ ସ୍ବର୍ଗତ ସନ୍ଥ ମଣି ଦାଶ ଙ୍କ ପୀଠ କୁ ମହାସମାରୋହ ରେ ଅଣାଯାଇଥିଲା l ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ନଡ଼ିଘୋଷ ଚକ ଅଣାଯାଇ, ମତ୍ତଗଜ ପୁର ଗ୍ରାମରୁ ସଂକ୍ରିତନ ଓ ବାଜା ବଜାଇ ହୁଳହୁଳି ଶଙ୍ଖ ଧ୍ୱନିରେ ମତ୍ତଗଜ ପୁର ଓ ହାଟସାହି ପରିକ୍ରମା କରି ମଣି ପୀଠରେ ପହଂଚି ସନମାନ ର ସହିତ ରଖାଯାଇଛି !ଏଥିରେ ହାଟସାହିର ମୁଖ୍ୟ ମୁରବୀ ମାନଙ୍କ ତ୍ଵତ୍ୱାବଧାନ ରେ ସମସ୍ତ କାର୍ଯ୍ୟ ସମାହିତ ହୋଇଥିଲା l
କଟକ ଇପିଏ ରୁ ଲଳିତ କୁମାର ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )