ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଙ୍କ ଦ୍ୱାରା ତ୍ରିରଙ୍ଗା ସାଇକେଲ ଶୋଭାଯାତ୍ରା
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଙ୍କ ଦ୍ୱାରା ତ୍ରିରଙ୍ଗା ସାଇକେଲ ଶୋଭାଯାତ୍ରା କରାଯାଇଥିଲା ।
ଛାତ୍ରମାନେ ସାଇକେଲରେ ଜାତୀୟ ପତ୍ତାକା ଲଗାଇ ଶିଶୁମନ୍ଦିର ପରିସରରୁ ବାହାରି ବିଭିନ୍ନ ପ୍ରକାର ଦେଶାତ୍ମକବୋଧ ସ୍ଲୋଗାନ ଦେବାସହ ସମଗ୍ର ପାରଳାଖେମୁଣ୍ଡି ସହର ପରିକ୍ରମା କରିଥିଲେ । ଏଥିରେ ଶିଶୁମନ୍ଦିରର ପ୍ରଧାନ ଗୁରୁଜୀ ସରୋଜ ପଣ୍ଡା, ମୂରଲୀ ପ୍ରଧାନଙ୍କ ସମେତ ଅନ୍ୟ ଗୁରୁଜୀ ମାନେ ସାମିଲ ହୋଇ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ।
।
ଗଜପତି ଇପିଏ ରୁ ଦିଲୀପ ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )