ଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ସହୀଦ ସାମ୍ବାଦିକ ଙ୍କ ଏକାଦଶାହରେ ଯୋଗଦେଲେ ରାଜ୍ୟର ବିଭିନ୍ନ ଜିଲ୍ଲାର ଗଣ ମାଧ୍ୟମ ପ୍ରତିନିଧି
ସୁବର୍ଣ୍ଣପୁର: ଲ୍ୟାଣ୍ଡମାଇନ ବିସ୍ପୋରଣ ରେ ସହିଦ ହୋଇଥିବା କଳାହାଣ୍ଡି ଜ଼ିଲ୍ଲା ମୋହନଗିରି ବ୍ଲକ ର ଧରିତ୍ରୀ ପ୍ରତିନିଧି ସ୍ବର୍ଗତ ରୋହିତ ବିଶ୍ୱାଳ ଙ୍କ ଏକାଦଶାହ କାର୍ଯ୍ୟ ଅବସରରେ ମୋହନଗିରି ଠାରେ ଗ୍ରାମ ବାସୀ ଙ୍କ ପକ୍ଷରୁ ଏକ ଶୋକ ସଭା ର ଆୟୋଜନ କରାଯାଇଥିଲା l ଓଡିଶା ସାମ୍ବାଦିକ ସଙ୍ଘ ର ରାଜ୍ୟ ସଭାପତି ଶ୍ରୀ ଶଶୀ ଭୂଷଣ ପ୍ରହରାଜ, ଉପ ସଭାପତି ସୁଶାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦକ ରାଜକିଶୋର ତ୍ରିପାଠୀ, ସୁବର୍ଣ୍ଣପୁର ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ଉଗ୍ରେସନ କର୍ମୀ ଙ୍କ ସମେତ ପାଖ ପଡୋଶୀ ଜ଼ିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଜ଼ିଲ୍ଲା ରୁ ବହୁ ସାମ୍ବାଦିକ, ମାନ୍ୟ ଗଣ୍ୟ ବ୍ୟକ୍ତି, ଓ ସ୍ବର୍ଗତ ବିଶ୍ୱାଳ ଙ୍କ କୁଲତା ସମାଜ ର ଶତାଧିକ ଲୋକେ ସ୍ବର୍ଗତ ବିଶ୍ୱାଳ ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ l ସ୍ଥାନୀୟ କୁଲତା ସମାଜ ପକ୍ଷରୁ ଶ୍ରୀ ବିଶ୍ୱାଳ ଙ୍କୁ ମରୋରଣାତ୍ତର ସମ୍ମାନ ପ୍ରଦାନ କରିଥିଲେ l ଓଡିଶା ସାମ୍ବାଦିକ ସଂଘ ର ସୁବର୍ଣ୍ଣପୁର ଜ଼ିଲ୍ଲା ଶାଖା ଓ ଜ଼ିଲ୍ଲା ର ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଙ୍କ ପକ୍ଷରୁ ସମୁଦାୟ ୧୧.୫୦୦ ଟଙ୍କା, ଓ ଜେ ୟୁ ଗଞ୍ଜାମ ଜ଼ିଲ୍ଲା ପକ୍ଷରୁ ୧୦ ହଜାର ଟଙ୍କା, କଳାହାଣ୍ଡି, ବୌଦ୍ଧ, ରାୟଗଡା, ସମ୍ବଲପୁର ଜ଼ିଲ୍ଲା ପ୍ରମୁଖ ବିଭିନ୍ନ ଜ଼ିଲ୍ଲା ରୁ ଆର୍ଥିକ ସହାୟତା ପ୍ରଦାନ କରି ଶ୍ରୀ ବିଶ୍ୱାଳ ଙ୍କ ପରିବାର କୁ ସମବେଦନା ଜ୍ଞାପନ କରାଯାଇଥିଲା l ସୁବର୍ଣ୍ଣପୁର ଜ଼ିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ଲେଖକ ଗୋରେଖନାଥ ସାହୁ ବ୍ୟକ୍ତିଗତ ଭାବେ ୫୦୦୦/- (ପାଞ୍ଚ ହଜର ଟଙ୍କା ) ଚେକ ମାଧ୍ୟମରେ ସହାୟତା ପ୍ରଦାନ କରି ଟେଲିଫୋନ ମାଧ୍ୟମରେ ସ୍ବର୍ଗତ ବିଶ୍ୱାଳ ଙ୍କ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ପକ୍ଷରୁ ବିଶ୍ୱାଳ ଙ୍କ ପରିବାର କୁ ୫୦ଲକ୍ଷ ଟଙ୍କା,ପରିବାର ର ଜଣକୁ ଚାକିରୀପ୍ରଦାନ ସହ ସମସ୍ତ ସୁବିଧା ଦେବାକୁ ଉଭୟ ସରକାର ଙ୍କୁ ଦୃଢ଼ ଦାବୀ ଜଣାଇବାକୁ ପ୍ରତିଶୁତି ଦେଇଥିଲେ l ପରେ ପରେ ମଦନପୁର – ରାମପୁର ନିକଟସ୍ଥ ଦୁଲେନ ଛକ ଠାରେ ଗତ ୫ ତାରିଖ ରେ ଘଟିଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣ ଘଟଣା ସ୍ଥଳ କୁ ବିଭିନ୍ନ ଜ଼ିଲ୍ଲା ର ସାମ୍ବାଦିକ ପରିଦର୍ଶନ କରିଥିଲେ l ଯେଉଁ ଜାଗାକୁ କି ଗତ 5 ତାରିଖ ରୁ ଆଜି ଯାଏ ସି- ଆର- ପି -ଏଫ, ବି -ଏସ -ଏଫ ର 3 ବ୍ୟାଟେଲିଆନ, ପୋଲିସ ଅନୁସନ୍ଧାନ କାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡ, ବମ ଡିଫି୍ୟୁଜ୍ ସ୍କ୍ୱାର୍ଡ ପ୍ରତିଦିନ ବୁଲି ଅନୁସନ୍ଧାନ ଜାରି ରଖିଛନ୍ତି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )