ଗଜପତି ଜିଲ୍ଲା ଆର.ଉଦୟଗିରି ଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା

0 57

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଗଜପତି ଜିଲ୍ଲା ଆର.ଉଦୟଗିରି ଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଆର. ଉଦୟଗିରି ଓ ନୂଆଗଡ ପ୍ରଖଣ୍ଡରେ କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ଦେଶାତ୍ମବୋଧ ସ୍ଲୋଗାନ ଦେଇ ସମସ୍ତ ସାହି ପରିକ୍ରମା କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଘରେ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଜାତୀୟ ପତ୍ତାକା ଲଗାଇବାକୁ କହୁଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସଧାରଣ ସ୍ୱାଗତ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଅସିତ ସୁନ୍ଦରାୟ, କମଳାକନ୍ତ ମାଳବିଶୋଇ, ରାମଚନ୍ଦ୍ର ଦଳାଇ. ଚିକୁନା ପାଇକ ଓ ବିଶ୍ୱ କାର୍ଜୀଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ପରିଚାଳନା

କରିଥିଲେ ।

ଗଜପତି ଜିଲ୍ଲା ଆର. ଉଦୟଗିରି ଇପିଏ ରୁ ମନୋଜ କୁମାର ସାବତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.