ନିଶା ବିକି କୋଟିପତି ହୋଇଥିଲେ ଦୁଇ ଭାଇ, ବାଜ୍ୟାପ୍ତି ହେଲା ସମ୍ପତ୍ତି

0 18

ଭୁବନେଶ୍ୱର: ନିଶା ମାଫିଆ ଅରୁଣ ପ୍ରଧାନ ଓ ବନମାଳୀ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଏନ୍‌ଡିପିଏସ୍‌ ବଳରେ କୋଲକାତାର ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଏହି ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଜବତ ସମ୍ପତ୍ତି ମଧ୍ୟରେ ୫ଟି କମର୍ସିଆଲ ବିଲ୍ଡିଂ, ୮ଟି ପ୍ଲଟ୍, ୫୯୫ ଗ୍ରାମ ସୁନା,୧୯ଟି ବ୍ୟାଙ୍କ ଆକାଉଣ୍ଟ ଓ ଦୁଇଟି ଗାଡ଼ି ରହିଛି। ଏହି ସବୁ ସମ୍ପତ୍ତି କିଛି ଅରୁଣ ଓ ବନମାଳୀ ନିଜ ନାଁରେ ରଖିଥିବା ବେଳେ ଆଉ କିଛି ନିକଟ ସର୍ମ୍ପକୀୟଙ୍କ ନାଁରେ ରହିଛି। ଅରୁଣ ଓ ବନମାଳୀଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ। ଏମାନେ ସମ୍ପର୍କରେ ଦୁଇ ଭାଇ ହେବେ।
ଅରୁଣ ଓ ଓ ବନମାଳୀ ଗଞ୍ଜେଇ, ଅଫିମ ନିଶା କାରବାର କରୁଥିବା ଏସ୍‌ଟିଏଫ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇ ବିକ୍ରି କରିବା ପାଇଁ ଯାଉଥିବା ବେଳେ ୨ଭାଇଙ୍କୁ ଧରିଥିଲା। ସେମାନଙ୍କ ପାଖରୁ ୧୦୭କେଜି ଗଞ୍ଜେଇ ଓ ୫୧୭ଗ୍ରାମ୍ ଅଫିମ ଜବତ କରିଥିଲା। ଏହାସହ ସୁନା,ରୁପା, ଗାଡ଼ି ଓ ପ୍ଲଟ୍‌ ଜବତ କରିଥିଲା। ଏସବୁ ନିଶା କାରବାର କରି ୨ ଭାଇ ଉପାର୍ଜନ କରିଥିବାରୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାର କମ୍ପିଟେଣ୍ଟ ଅଥରିଟି କୋର୍ଟରେ ଏସ୍‌ଟିଏଫ୍ ଆବେଦନ କରିବ ବୋଲି ଏସ୍‌ଟିଏଫ୍ ଡିଏସ୍‌ପି ସୂଚନା ଦେଇଥିଲେ।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.