ଦୁଇ ଶିକାରୀ ଗିରଫ ସହ ଦେଶୀ ବନ୍ଧୁକ ଜବତ

0 9

ସୁବର୍ଣ୍ଣପୁର :ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବୌଦ୍ଧ ରେଞ୍ଜ ବୌଦ୍ଧ ସେକ୍ସନ ର ନୂଆପଡା ଡ୍ୟାମ ନିକଟରେ ଲାଗି ରହି ଥିବା ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲ ରୁ ଦୁଇ ଶିକାରୀ ଗିରଫ ସହିତ ଦୁଇ ଦେଶୀ ବନ୍ଧୁକ ଜବତ କଳା ବୌଦ୍ଧ ବନ ବିଭାଗ l ସୂଚନା ଥାଉ କି ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପ ଙ୍କ ନିର୍ଦେଶ କ୍ରମେ ବୌଦ୍ଧ ବନବିଭାଗ ର ପେଟ୍ରୋଲିଙ୍ଗ ଦଳ ଗତ ତା 2.12.2022ରିଖ ରାତ୍ରୀ କାଳୀନ ପେଟ୍ରୋଲିଙ୍ଗ କଳା ବେଳେ ନୂଆପଡା ଡ୍ୟାମ ନିକଟରେ ଲାଗି ରହିଥିବା ବାଙ୍କ ମୁଣ୍ଡି ସଂରକ୍ଷିତ ଜଙ୍ଗଲ ରେ ବେ ଆଇନ ଭାବେ ଜଙ୍ଗଲ ଜନ୍ତୁ ଶିକାର କରିବା ପାଇଁ ଦେଶୀ ବନ୍ଧୁକ ଧରି ଛପି ବସି ଥିବା ସମୟରେ( 1)ଦୁଷ୍ମନ୍ତ ପ୍ରଧାନ (19)ଗ୍ରାମ -ଜିରାଟ (ଥାନା- ପୁରୁଣାକଟକ)(2)ରଘୁନାଥ ଘିବିଲା (55)ଗ୍ରାମ -ହରେକୃଷ୍ଣ ପୁର (ଥାନା -ବୌଦ୍ଧ )ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଏହି ପେଟ୍ରୋଲିଙ୍ଗ ଦଳରେ ବୌଦ୍ଧ ଫୋରେଷ୍ଟ ର ସ୍ୱାଧୀନ ସାମଲ, ଫୋରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ, ସନ୍ତୋଷ ବାରିକ ସାମିଲ ଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.