ବି ଏମ୍ ସି କର୍ପୋରେସନରେ ଆର୍ଥିକ ବର୍ଷ ୨୦୨୩-୨୪ ର ବଜେଟ କୁ ସର୍ବସମ୍ମତି ଅନୁମୋଦନ
ଭୁବନେଶ୍ୱର: ଭୁବନେଶ୍ୱର ମହାନଜର ନିଗମ (ବି ,ମ୍ ସି )ର ନୂତନ ଗୃହରେ ଅନୁଷ୍ଠିତ ହୋଇଥିଲା ଫେବୃଆରୀ ମାସର କର୍ପୋରେସନ ବୈଠକ । ଆର୍ଥିକ ବର୍ଷ
୨୦୨୩-୨୪ ର ବଜେଟ ଉପସ୍ଥାପନା ଏବଂ ଏହାର ଗୃହ ଅନୁମୋଦନ ପାଇଁ ମୁଖ୍ୟାଂଶଆଲୋଚନା ହୋଇଥିବା ବେଳେ ଏହା ସହିତ ଅନ୍ୟାନ୍ୟ ଆଲୋଚନା କରାଯାଇଥିଲା । ମାନ୍ୟବରମେୟର ଶ୍ରୀମତୀ ସୁଲୋଚନା ଦାସ ଏଥିରେ ଅଧ୍ୟକ୍ଷତା କରି ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନକରିଥିଲେ । ଏହି ଅବସରରେ ଉପସ୍ଥିତ ଥିଲେ ଜଟଣୀର ମାନ୍ୟବର ବିଧାୟକ ଶ୍ରା ସୁର ରାଉତରାୟବି ଏମ୍ ସିର ପରିମଳ ଓ ବିକାଶ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରି ସହରରେ ବଡ ଅଡି ଟୋରିୟମ୍
ଏବଂ ଆଧୁନିକ ମେଟ୍ରୋ ଇତ୍ୟାଦି ପାଇଁ ଉପଦେଶ ଦେଇଥିଲେ । ଏହା ପରେ ପରେ ଡେପୁଟିମେୟର ଶ୍ରୀମତି ମଂଜୁଲତା କଅଁର ଏବଂ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଏହାପରେବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଓ ବୈଠକର ଉପଯୋଗୀତା କରି ବଜେଟଅଧିବେଶନକୁ ସଂପୂର୍ଣ୍ଣ କାରବାକୁ ଅନୁରୋଧ କରିଥିଲେ ।ଆଜିର ବୈଠକର ପ୍ରାରମ୍ଭିକ ପର୍ଯ୍ୟାୟ ବଜେଟ୍ ଉପସ୍ଥାପନାକୁ ନେଇ ହୋଇଥିଲା । ଏଥିରେଫାଇନାନ୍ସ, ଟାକ୍ସେସନ ଓ ଆକାଉଣ୍ଟସର ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ଶ୍ରୀମତୀ ପ୍ରୀତିନନ୍ଦାରାଉତରାୟ ବଜେଟ୍ର ପୁଙ୍ଖାନୁପୁଙ୍ଖ ଉପସ୍ଥାପନା କରିଥିଲେ । ଏହି ବଜେଟ ଏକ ସନ୍ତୁଳିତ
ବଜେଟ, ଏଥିରେ କିପରିଭାବେ ମୌଳିକ ଏବଂ ଭିତିଭୁମି ମିକାଶ କୁ ଗରୁତ୍ୱ ଦିଆଯାଇଛି ତାହାରଆଲୋଚନା କରାଯାଇଥିଲା ।
ଏବର୍ଷ ବଜେଟରେ ଭିତିଭୁମି ବିକାଶ କୁ ଗୁରୁତ୍ୱ ଦିଆଯାଇଥିବାବେଳେ ବଜେଟ ବ୍ୟୟରମୁଖ୍ୟ ଭାବେ ବିବିଧ ବିକାଶମୂଳକ ନିର୍ମାଣ,ବିଦ୍ୟୁତ୍, ପରିମଳ, ଏଷ୍ଟାବ୍ଲିସ୍ ମେଂଟ୍ ବ୍ୟୟରଖାଯାଇଛି । ପରିମଳ କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତେବେ ଆଲୋଚନା ମଧ୍ୟରେ ବିଭିନ୍ନକର୍ପୋରେଟର ଙ୍କ ଠାରୁ ଆସିଥିବା ପ୍ରଶ୍ନର ଯଥାର୍ଥ ଉତର ଦେଇଥିଲେ ମୁଖ୍ୟ ବିତ ଅଧିକାରୀ ଶ୍ରୀଲାବନ୍ୟ ଶବର । ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଆଜି ଗୃହରେ ସର୍ବସମ୍ମତି କ୍ରମେଏହି ବଜେଟ ଅନୁମୋଦନ ହୋଇଥିଲା ।ସୂଚନା ଯୋଗ୍ୟକି ଉକ୍ତ ବଜେଟରେ ପ୍ରାୟ ୬୯୦ କୋଟି ୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳରହିଛି । ଏଥିରେ ରାଜସ୍ୱ ବ୍ୟୟ (ରେଭେନ୍ୟୁ ଏକ୍ୱପେଣ୍ଡିଚର୍)୪୨.୦୨% ପୁଞ୍ଜି ବାବଦ ବ୍ୟୟ(କ୍ୟାପିଟାଲ ଏକ୍ସପେଣ୍ଡିଚର୍ ) ୫୭.୯୮% ରଖାଯାଇଛି । ଯାହାକି ରାଜସ୍ୱ ବ୍ୟୟ ୨୮୯.୯୨
କୋଟି ଏବଂ ପୁଂଜିଭୁକ୍ତ ବ୍ୟୟ ୪୦୦.୧୦ କୋଟି ରହିଛି । ଆର୍ôଥକ ବର୍ଷ ୨୦୨୩-୨୪ ରେ ସର୍ବମୋଟ ଆୟ ୭୦୮କୋଟି.୫୪ ଲକ୍ଷ୍ୟ ଟଙ୍କା ହୋଇଥିବାବେଳେ ଏଥିରେ ପ୍ରପର୍ଟି ଟ୍ୟାକ୍ସ, ଲ୍ୟାଣ୍ଡ୍ଟ୍ୟାକ୍ସ୍, ରେଭେନ୍ୟୁ ଅକ୍ଟ୍ରାାଇ (ଜି ଏସ୍ ଟି ଇତ୍ୟାଦି ), ଟ୍ରେଡ୍ ଲାଇଇସେନ୍ସ, ସେସ୍ ପୁଲ୍, କମ୍ୟୁନିଟିସେଂଟର, ଲାଇସେନ୍ସ, କଲ୍ୟାଣ ମଣ୍ଡପ, ପାର୍କିଂ,ଏନ୍ ଓ ସି,ବିଲ୍ଡିଂ ପ୍ଲାନ୍, ଟେଣ୍ଡର୍ ପେପର ଇତ୍ୟାଦିରୁଏବଂ ବିବଧ ଯୋଜନାର ଅନୁଦାନ ବାବଦରେ ଆୟ ପରିମାଣ ସ୍ଥିର କରାଯାଇଛି ।
ଆସନ୍ତା ଆର୍ôଥକ ବର୍ଷରେ ପରିମଳ ବିକାଶ ଏବଂ ଭିତିଭୁମି ବିକାଶର କଥାକୁ ଦୋହରାଇକମିଶନର କହିଲେଯେ, ଆମକୁ ପରିମଳରେ ଆହୁରି ଆଗକୁ ଯାଇ ଭୁବନେଶ୍ୱର ରେ ବିଜ୍ଞାନ ସମ୍ମତବର୍ଜ୍ୟ ପରିଚାଳନାକୁ ଆଗେଇ ନେଇ ଏକ ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ପଡିବ । ଏହା ସହିତ ଭିତିଭୂମିର
ବିକାଶ ଦ୍ୱାରା ନାଗରିକମାନେ ବିଏମ୍ ସିର ସେବାକୁ ଆହୁରି ଉପଭୋଗ କରି ନିଜର ଅଧିକାରନେଇପାରିବେ ।ବଜେଟ୍ କେବଳ ୱାର୍ଡ୍କୁ ନେଇ ହୋଇନାହିଁ, ବରଂ ଏହା ଆବଶ୍ୟକତା ଭିତିକ ହୋଇସାମଗ୍ରୀକ ବିକାଶକୁ ତ୍ୱରାନ୍ୱିତ କରିବାପାଇଁ ଲକ୍ଷ୍ୟ ରଖାଯାଇଛିବୋଲି କହିଛନ୍ତି ମାନ୍ୟବରମେୟର ।
ଆଜିର ବୈଠକରେ ଯୋଗଦେଇଥିବା ଅନ୍ୟ ପଦାଧିକାରୀଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟବିଧାୟକଙ୍କ ପ୍ରତିନିଧି ଶ୍ରୀ ମିଲନ କୁମାର ପାଇକରାୟ, ଭୁବନେଶ୍ୱର ଏକାମ୍ର ବିଧାୟକଙ୍କ ପ୍ରତିନିଧିଶ୍ରୀ ଦାଶରଥି ଗରାବଡୁ, ସମସ୍ତ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍, ସମସ୍ତ ଅତିରିକ୍ତ କମିଶନର , ସଂଯୁକ୍ତବିଭାଗର ପଦାଧିକାରୀ ଏବଂ ବି ,ମ୍ ସିର ୁପବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ଅନ୍ୟ ପକ୍ଷରେ ନିୟମିତଭାବେ ବିବିଧ ପ୍ରଶ୍ନ ଏବଂ ପ୍ରସ୍ାବର ଆଲୋଚନା ମଧ୍ୟ ହୋଇଥିଲା ।
ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )