ଅବକାରୀ ବିଭାଗ ଦ୍ୱାରା ୩ କ୍ୱିଂଟାଲରୁ ଉର୍ଧ ଗଞ୍ଜେଇ ଜବତ, ଦୁଇ ଗିରଫ
ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ଗଞ୍ଜେଇ ଚାଲାଣ ରୋକିବାରେ ଆଜି ଏକ ବଡ ସଫଳତା ମିଳିଛି । ବିଶେଷ ସୁତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଚିତ୍ରକୋଣ୍ଡା ଥାନା ଅଞ୍ଚଳ ମୁଦୁଲିପଡା ଗ୍ରାମର ବେଣୁ ହନ୍ତାଳଙ୍କ ଘରେ ଚଢାଉ କରି ଘରେ ଲୁଚାଇ ରଖିଥିବା ୩୬୪ କେଜି ଗଞ୍ଜେଇ ଦେଖିବାକୁ ପାଇଥିଲୋ
ଉକ୍ତ ଗଞ୍ଜେଇ ଜବତ କରିବା ସହ ବେଣୁ ହନ୍ତାଳଙ୍କୁ ଗିରଫ କରିଥିଲୋ ସେହିପରି ବାଲିମେଳା ମୁଖ୍ୟରାସ୍ତାରେ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ଏକ ବାଇକରେ ବସ୍ତା ଯୋଗେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲୋ ଉକ୍ତ ବସ୍ତାରେ ୩୦ କେଜି ଗଞ୍ଜେଇ ଥିବା ବେଳେ ବାଇକ ଚାଳକ ଆସାମୀ କାଲିମେଳା ଥାନା ଏମ୍.ଭି. ୪୦ ଗ୍ରାମର ନିତାଇ ପରମାଣିକଙ୍କୁ ଗିରଫ କରିଥିଲୋ
ମାଲକାନଗିରି ଇପିଏ ରୁ ବଂଶୀଧର ମୁଦୁଲି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )