କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଙ୍କ ତିନି ଦିନିଆ କେନ୍ଦୁଝର ଗସ୍ତ

କେନ୍ଦୁଝର : ଝାଡଖଣ୍ଡ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଙ୍କ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ହୋଇଅଛି l ପ୍ରଥମ ଦିନ ବଡ଼ବିଲ ଗସ୍ତ ରେ କାର୍ଯ୍ୟକ୍ରମ ସାରି ୨୯ ତାରିଖ ସନ୍ଧ୍ୟା ରେ କେନ୍ଦୁଝର ସଦର ପହଂଚି ଶ୍ରୀ ବଳଦେବଜୀଉ ଙ୍କ ଦର୍ଶନ କରିଥିଲେ ଓ ଦଳୀୟ କର୍ମକର୍ତା ଙ୍କ ସହ ଆଲୋଚନା କରିଥିଲେ l ଗତକାଲି କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ପଦାଧିକାରୀ ଙ୍କ ସହ ବିଭିନ୍ନ ଆଦିବାସୀ ଉନ୍ନୟନ ଯୋଜନା ର ସମୀକ୍ଷା କରିଥିଲେ, ଜିଲ୍ଲାପାଳ ଆଶିଷ ଠାକରେ ସ୍ୱାଗତ କରିଥିଲେ l ସନ୍ଧ୍ୟା 5:30ରେ ସାମ୍ବାଦିକ ସମିଳନୀ କରି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଉପଲବ୍ଧି ବିଷୟରେ କହିବା ସହ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ କହିଥିଲେ l ପ୍ରେସ ମିଟ ପରେ ସ୍ଥାନୀୟ ରୋଟାରି ଭବନ ପରିସରରେ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ସହ ଆଲୋଚନା କରିଥିଲେ l
କେନ୍ଦୁଝର ଇପିଏ ରୁ ଶିବ ରଞ୍ଜନ ଦେ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )