ଭିଜିଲାନ୍ସ ଜାଲରେ ସରକାରୀ ବାବୁ
୨୫୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ
ଜଣେ ବ୍ୟକ୍ତିଙ୍କ ଠାରୁ ୨୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପଦ୍ମପୁର ଏନଏସିର ଟିକସ କଲେକ୍ଟର ଶ୍ରୀ ଦୀନବନ୍ଧୁ ପଣ୍ଡା |
ହୋଲଡିଂ ନମ୍ବର ପରିବର୍ତ୍ତନ ଏବଂ କ୍ରୟ ହୋଇଥିବା କୋଠା ଉପରେ ବାର୍ଷିକ ହୋଲ୍ଡିଂ ଟ୍ୟାକ୍ସ ହ୍ରାସ ପାଇଁ ଅଭିଯୋଗକାରୀଙ୍କ ଠାରୁ ୨୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ପଣ୍ଡାଙ୍କୁ ପୁରା ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି। ଏହାସହିତ ବରଗଡ ଜିଲ୍ଲାର ୨ ଟି ସ୍ଥାନରେ ଶ୍ରୀ ପଣ୍ଡାଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ଏକକାଳୀନ ଘର ସର୍ଚ୍ଚ ଜାରିରଖିଛି ।ଏହି କ୍ରମରେ ସମ୍ବଲପୁର ଭିଜିଲାନ୍ସ କେସ୍ ନଂ 05 dt.16.02.2022 U / s 7 P.C. (ସଂଶୋଧନ) ଅଧିନିୟମ, ୨୦୧୮ ପଞ୍ଜିକୃତ କରାଯାଇ ଶ୍ରୀ ପଣ୍ଡାଙ୍କ ବିରୋଧରେ ତଦନ୍ତ ଚାଲିଛି। ସବିଶେଷ ବିବରଣୀ ଆଗକୁ ପ୍ରକାଶ କରାଯିବ ବୋଲି ଜଣା ପଡିଛି |
ବରଗଡ଼ ଇପିଏ ରୁ ସୁବାଷ ଚନ୍ଦ୍ର ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )