ରାସ୍ତା କୁ ଅବରୋଧ ନେଇ ବିଜେପି ପକ୍ଷରୁ ତୀବ୍ର ବିରୋଧ

0 5

ବରଗଡ ହଳଦିପାଲି ଛକ ନିକଟସ୍ଥ ଜାତୀୟ ରାଜପଥ ର ଉଭୟ ପାର୍ଶ୍ୱରେ ସତାଧିକ ବଳ୍କ କଣ୍ଟେନର ସହ ଭାରି ଯାନ ଗୁଡିକ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବାରୁ ଏବଂ ରାସ୍ତା କୁ ଅବରୋଧ କରୁ ଥିବାରୁ ଆଜି ବିଜେପି ପକ୍ଷରୁ ତୀବ୍ର ବିରୋଧ. କରି ବରଗଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ll
ବରଗଡ ହଳଦିପାଲି ଛକ ନିକଟସ୍ଥ ଜାତୀୟ ରାଜପଥ ର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ଶତାଧିକ ବଳ୍କ କଣ୍ଟେନର, ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବାରୁ, ଅଧିକାଂଶ ଦିନ ଜନସାଧାରଣ ଦୁର୍ଘଟଣା ର ଶିକାର ହେଉଛନ୍ତି ଏବଂ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି. ଆଜି ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ସଡ଼କ ପରିବହନ କାର୍ଯ୍ୟାଳୟ କୁ ଯାଇ ବଳ୍କ କଣ୍ଟେନର ଗୁଡିକର ବେଆଇନ ପାର୍କିଂ ର ତୀବ୍ର ବିରୋଧ କରିବା ସହିତ, ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ତୁରନ୍ତ ବେଆଇନ ପାର୍କିଂ କୁ ହଟାଇବା ପାଇଁ ଦୃଢ ଦାବୀ ଜଣାଇଥିଲେ. ବିଜେପି ନେତୃମଣ୍ଡଳୀ ଙ୍କ ଠାରୁ ଅଭିଯୋଗ ପାଇଲା ପରେ, ଆଞ୍ଚଳିକ ପରିବହନ ଅଧିକାରୀ ତୁରନ୍ତ ସମ୍ପୃକ୍ତ ବଳ୍କ କଣ୍ଟେନର ଗୁଡିକୁ ସେଠାରୁ ହଟାଇବା ପାଇଁ ତାଙ୍କର ଅଧିନସ୍ଥ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ. ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଳା ଉପସଭାପତି ଅକୁର ମଲ୍ଲିକ, ପ୍ରିତମ ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ ନଗର ସଭାପତି ସୁବ୍ରତ ହୋତା,ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଈଶ୍ୱର ବାଗ,ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁରାଧା ଅଗ୍ରୱାଲ, ସାଂସଦ ପ୍ରତିନିଧି ଅବନୀକାନ୍ତ ପଣ୍ଡା ତଥା ବରିଷ୍ଠ ନେତା ପରେଶ ବିଶି,ଗିରିଶ ମାଝୀ,ହରି ନାରାୟଣ ପଟ୍ଟନାୟକ, ଡୋଳା ସାହା, ସୁଦାମ ମହାପାତ୍ର, ଅଶୋକ ସୁଆର, ଧନଞ୍ଜୟ ଦୀପ, ରାଜୀବ ମହାନନ୍ଦ, କିଶୋର ଅଗ୍ରୱାଲ ତଥା ଅନ୍ୟାନ୍ୟ ବହୁ ନେତା ଅଂଶଗ୍ରହଣ କରିଥିଲେ.

ବରଗଡ ଇପିଏ ରୁ ସୁବାସ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.