ଆନ୍ଧ୍ରପ୍ରଦେଶ କାକିନାଡ଼ା ରୁ ଅଯୋଧ୍ୟାର ରାମଜନ୍ମଭୂମି ଯାଏଁ ପଦଯାତ୍ରା

0 10

ଗଞ୍ଜାମଜିଲ୍ଲା ସଦରମହକୁମାରେ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶର ପୂର୍ଵ ଗୋଦାବରୀ ଜିଲ୍ଲା କାକିନାଡ଼ା ସହର ଅନ୍ତର୍ଗତ ଗୋଚଳମ ଗାଁ ରୁ ୪ଜଣ ମହିଳା ଓ ୧୪ଜଣ ପୁରୁଷ ଭକ୍ତଗୋଷ୍ଠୀ ଗତ ଅଗଷ୍ଟ ୨୧ତାରିଖରୁ ରାମଜନ୍ମଭୂମି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ଅଖିଳଭାରତୀୟ ହରେ କୃଷ୍ଣ ହରେ ରାମ ଫାଉଣ୍ଡେସନ ସଂଗଠନ ପକ୍ଷରୁ ସେଠାକାର ଏକ ପ୍ରତିଷ୍ଠିତ ରାମମନ୍ଦିରରୁ ଶୁଭ ମନାସୀ ଶୁଭରବିବାର ପ୍ରାତଃରେ ଏହି ପଦଯାତ୍ରାରେ ବାହାରି ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରରେ ପହଞ୍ଚିଛନ୍ତି । ଛତ୍ରପୁର ସଦରମହକୁମାରେ ତେଲୁଗୁ କଲଚରାଲ ଆସୋସିଏସନ ର ମୁଖ୍ୟପୁରୋଧା ଆଇନଜୀବି ବି.ଶ୍ରୀନିବାସ ରାଓ ଙ୍କ ନେତ୍ତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଉକ୍ତ ଭକ୍ତଗୋଷ୍ଠୀ ଙ୍କୁ ଶ୍ରୀଶ୍ରୀ ରାମାୟଣାମ୍ମା ମନ୍ଦିର ଟ୍ରଷ୍ଟ କଲ୍ୟାଣମଣ୍ଡପ ରେ ଆତିଥ୍ୟ ସତ୍କାର କରିଛନ୍ତି ।
ଏହିଗୋଷ୍ଠୀ ପ୍ରତିଦିନ ପ୍ରାତଃରୁ ଠାକୁରଙ୍କ ପୂଜାର୍ଚ୍ଚନା କରି ସନ୍ଧ୍ୟା ସମୟରେ କୌଣସିନା କୌଣସି ଧର୍ମାନୁଷ୍ଠାନରେ ରହଣି ଅବା ବିଶ୍ରାମ ନେଇଥାନ୍ତି, ବୋଲି ଉକ୍ତ ଭକ୍ତ ଗୋଷ୍ଠୀର ମୁଖ୍ୟ ଗୁରୁ ରାମକୋଟି ଶୁଭା ରାଓ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଭାରତବର୍ଷର ଅଖଣ୍ଡତା,ରାଷ୍ଟ୍ରୀୟଏକତା,ଶାନ୍ତି, ଭାଇଚାରା ଓ ସଦ୍ଭାବନା ଚିନ୍ତନ ନେଇ ଏହି ପଦଯାତ୍ରା ବାହାରଛନ୍ତି ବୋଲି ଗୁରୁ ଶୁଭା ରାଓ କହିଛନ୍ତି । ପ୍ରାୟତଃ ୮୦ ଦିନର ଏହି ଯାତ୍ରାରେ ଏଠାରୁ ପୁଣି ରମ୍ଭା, ସାକ୍ଷୀଗୋପାଳ, ଜଗନ୍ନାଥଧାମ ପୁରୀ,ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଝାଡଖଣ୍ଡ, ଜାମସେଦପୁର-ଟାଟା, ରାଞ୍ଚି, ହୋଇ ଉତ୍ତରପ୍ରଦେଶରେ ପହଞ୍ଚି ପ୍ରଥମେ ବାରଣାସୀର କାଶୀବିଶ୍ୱନାଥଙ୍କ ଦର୍ଶନ,ପରେ ରାମଜନ୍ମଭୂମିରେ ପଦାର୍ପଣ କରି ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ନିମନ୍ତେ ଏହି ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଇଛି । ଏହି ସଦ୍ଭାବନା ପଦଯାତ୍ରାରେ ବାହାରିଥିବା ଚାରିଜଣ ମହିଳା ହେଉଛନ୍ତି, ଏମ୍.ଅନନ୍ତ ଲକ୍ଷ୍ମୀ, ଭି.ବର ଲକ୍ଷ୍ମୀ,ସିଏଚ. ବିଜୟ ଲକ୍ଷ୍ମୀ, ସିଏଚ. ବରଲକ୍ଷ୍ମୀ ପ୍ରମୁଖ ଖାଦ୍ୟରନ୍ଧନ ଆଦିରେ ସହଯୋଗ କରିଆସୁଛନ୍ତି, ରାମନାମ ସଂକୀର୍ତ୍ତନ କରିବା ସହ ପଦଯାତ୍ରାରେ ଯାଉଥିବାବେଳେ କାଳଭୈରବୀ ନାମ୍ନୀ ଏକ କୁକୁର ସାଙ୍ଗରେ ନେଇଆସିଛନ୍ତି ବୋଲି ଏକ ନିଆରା ପ୍ରଥା ହୋଇଛି ।ଉକ୍ତ ପଦଯାତ୍ରାରେ ସାଙ୍ଗରେ ଏକ ଡାଲା ମୋଟରଯାନରେ ବ୍ୟବହାରିକ ଜିନିଷପତ୍ରନେଇ ଯାଉଛନ୍ତି ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.