ଦନ୍ତାପାଲି ଛକ ନିକଟ ଦୋକାନରୁ ଟୁଲୁ ମଟର ପାଣି ପାଇପ ଚୋରି

0 10

ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଥାନା ଅନ୍ତର୍ଗତ ଅଂଳାପାଲି ପଞ୍ଚାୟତ ର ଦନ୍ତାପାଲି ଛକ ନିକଟ ଦୋକାନ ରେ ରଖାଯାଇଥିବା ଟୁଲୁ ମଟର ପ୍ଲାଷ୍ଟିକ ପାଇପ ପ୍ରାୟ ୧୦୦ ଫୁଟ ୧୮ ତାରିଖ ରାତିରେ ଚୋରି ହେଇଥିବା ୧୯ ତାରିଖ ଜଣାପଡିଛି ସୂଚନା ଅନୁଯାୟୀ ସହୁପଡା ଗ୍ରାମର ପ୍ରମିଲ ସାହୁ ଙ୍କ ଦନ୍ତାପାଲି ଛକ ନିକଟରେ ଥିବା ଦୋକାନ ରୁ ପ୍ରାୟ ୧୦୦ ଫୁଟ ଲମ୍ବର ପାଣି ମଟର ପ୍ଲାଷ୍ଟିକ ପାଇପ ଚୋରି ହୋଇଯାଇଥିବା ଜଣାପଡିଛି ତେବେ ୧୯ ତାରିଖ ଦିନ ସକାଳେ ଜାଣି ବହୁତ୍ ଖୋଜା ଖୋଜି କରିବା ପରେ ନପାଇବାରୁ ନିରାଶ ହୋଇ ରହି ଥିଲେ ୨୦ ତାରିଖ ଦିନ ସକାଳ ରୁ ଚୋରି ଅଭିଯୋଗ ରେ ଦନ୍ତା ପାଲି ଗ୍ରାମର ସୁମନ ବାରିକ୍ ଓ ଲୁମୂରଯେନା ଗ୍ରାମର ରାଜେଶ୍ ପ୍ରଧାନ ଙ୍କୁ ଲୋକମାନେ ଧରି ନିର୍ଦ୍ଧୁମ ମାଡ଼ ମାରିଥିବା ଜଣାପଡିଛି ତେବେ ସେହି ସ୍ଥାନକୁ ଯାଇ ଦେଖିଲା ପରେ ତାଙ୍କୁ ପଚାରିବାରୁ ତାଙ୍କ ନିକଟରୁ ପାଣି ପାଇପ ମିଳିଥିଲା ଏବଂ ଏନେଇ ୨୧ ତାରିଖ ଦିନ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାହୁପଡ଼ା ଗ୍ରାମର ପ୍ରମିଲ୍ କୁମାର ସାହୁ ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ତେବେ ଏ ଦିଗରେ ତଦନ୍ତ ବାଉଁସୁନୀ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.