ଅଫିସି ବନ୍ଦ ହେଲେ କାମ ଚାଲେ,ଅଫିସି ଖୋଲିଲେ କାମ ବନ୍ଦ
ତିର୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ର ବିଭିର୍ଣ୍ଣ ପଂଚାୟତ ରେ ଥିବା ପଶୁ ସମ୍ପଦ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ସବୁ ବନ୍ଦ ରହିଲେ ଭଲ କାମ ହେଉଛି, ମାତ୍ର କର୍ଯ୍ୟାଳୟ ଗୁଡିକଖୋଲିଲେ ନିରୀକ୍ଷକ ମାନେ କାମକରୁ ନାହାନ୍ତି ବୋଲି ତିର୍ତୋଲ ବ୍ଲକଇପିଏ ପ୍ରତିନିଧିଙ୍କୁ କହି ଛନ୍ତି ଖୋଦତିର୍ତୋଲ ବ୍ଲକ ପଶୁ ସମ୍ପଦ ଚିକିତ୍ସାଳୟ ଅଧିକାରୀ lତିର୍ତୋଲ ବ୍ଲକ ରେ ଥିବା ମୁଖ୍ୟ ଦୁଇ ଗୋଟି ପଶୁ ସମ୍ପଦ ଚିକିତ୍ସା ଳୟ ହେଲା ତିର୍ତୋଲ ଓ ତୁଳଙ୍ଗ, ଏହି ଚିକିତ୍ସାଲୟ ଅଧୀନରେ ସାରା ବ୍ଲକରେ 15 ଗୋଟି ପଶୁ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଥିବା ବେଳେ ୭ ଟି ରନିଜସ୍ୱ ଗୃହ ନାହିଁ, ଏହି କେନ୍ଦ୍ର ମାନଙ୍କରେ ୧୧ ଜଣ ନିରୀକ୍ଷକ ନିଯୁକ୍ତି ଅଛନ୍ତି ଓ ୪ ଟି ପଦବୀ ଖାଲିରହିଛି, ନିରୀକ୍ଷକ ମନେ ବାହାରେବାହାରେ ବୁଲି କାର୍ଯ୍ୟ କରୁଥିବା କଥାପଶୁ ସମ୍ପଦ ଚିକିତ୍ସା ଅଧିକାରୀ ସ୍ୱକାର କରିଥିବାବେଳେ, ସାଧାରଣ
ଲୋକେ ସେମାନଙ୍କ ପଶୁ ମାନଙ୍କ ଚିକିତ୍ସା ସମସ୍ୟା ପାଇଁ କେନ୍ଦ୍ର କୁ ଆସିନିରୀକ୍ଷକ ଙ୍କୁ ନପାଇ ହତାଶ ହେଉ ଛନ୍ତି, ମୋବାଇଲି ଫୋନ ଯୁଗରେ
ନିରୀକ୍ଷକ ମନେ ହେଇଟି ପହଂଚୁ ଛିକହି ବି ଆସୁ ନଥିବା ଅଧିକାଂଶ ଲୋକେ ଅଭିଯୋଗ ଆଣୁ ଛନ୍ତି, ଅଫିସି ରେ ରହିଲେ ମାଗଣା ସେବା
ଯୋଗାଇ ଦେବାକୁ ପଡିଥାଏ ମାତ୍ରଘରକୁ ଯାଇ ନିରୀକ୍ଷକ ମନେ ସେବାଦେଲେ କିଛିଟା ମିଳିଯାଏ, ବାବୁବି ଖୁସୁ, ଲୋକେ ବି ଆଶ୍ୱସ୍ତ, ଓ ଉପର
ଅଧିକାରୀ ବି ଖୁସୁ ଥିବା ପଶୁ ସମ୍ପଦ ଚିକିତ୍ସା ଅଧିକାରୀ ଙ୍କ କଥାରୁ ଅନୁମେୟ ହୁଏ, ତେଣୁ ଚିକିତ୍ସା କେନ୍ଦ୍ରବନ୍ଦ ରହିଲେ ଭଲ କାମ ହୁଏ ବୋଲି
ତିର୍ତୋଲ ମୁଖ୍ୟ ପଶୁ ସମ୍ପଦ ଚିକିତ୍ସାଅଧିକାରୀ ଙ୍କ ମନ୍ତବ୍ୟ କେତେ ଠିକି ତାହା ସରକାର ଓ ଜନତା ବିଚାରକରିବର ଅଛି, l
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )