ରାସ୍ତା କୁ ମାଡି ବସିଲେଣି କାଠ ମାଫିଆ
ତିର୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବୋଧେଇ ପଞ୍ଚଯାତ ର ନୂଆପୋଖରୀ ଠାରେ ଥିବା କରତ କଳ ଶିଳ୍ପାଞ୍ଚଳ ରେ କାଠ ମାଫିଆ ନେ ରାସ୍ତା ଘାଟ କୁ ନିଜ କବ୍ଜା କୁ ନେଇ ଗଲେଣି, ପୂର୍ତ୍ତ ବିଭାଗ ର ଅଧିକାରୀ ସବୁ ଜାଣି ଚୁପ ରହୁଥିବା ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ଲ ଏରସମା -ମଣିଜଙ୍ଗା ରାସ୍ତା କଡରେ ଥିବା ଏହି କରତ କଳ ଗୁଡିକ ବେପରୁଆ ଭାବେ ରାସ୍ତା କଡରେ କାଠ ଗଣ୍ଡି ଷ୍ଟାକ କରି ରଖି ଥିବାରୁ ଅନେକ ସମୟ ରେ ଦୃଘଟଣା ଘଟୁଛି l ସ୍ଥାନୀୟ ସମାଜ ସେବି ମାନେ ପ୍ରତିବାଦ କଲେବି କରତ କଳ ମାଲିକ ମାନେ କର୍ଣ୍ଣ ପାତ କରୁ ନଥିବା ଅଭିଯୋଗ ହୋଇଛିlରାସ୍ତା କଡରେ ଥିବା ଅର୍ଣ୍ଣପୂର୍ଣା ସ ମିଲି, ଝିଲି ସାମିଲୀ, ଓ ଲଷ୍ମୀ ନାରାୟଣ ସ ମିଲି କୁ କାଠ ଆଣି ଆସୁଥିବା ଵେବସାୟୀ ମାନେ ରାସ୍ତାକଡରେ କାଠ ଗଣ୍ଡି ଗୁଡିକୁ ଷ୍ଟାକ କରି ଚାଲି ଯାଉଛନ୍ତି, ଓ ମିଲି ମାଲିକ ବେଳ କାଳ ଉଣ୍ଡି ଏଗୁଡିକୁଚିରଟ କରି ବାହାରକୁ ସପ୍ଲାଏ କରୁଥିବା ସୂଚନା ମିଳୁଛି, ଏଠାରେ ଯେତେ କରତ କଳ ଅଛି ଅର୍ଣ୍ଣପୂର୍ଣାମିଲି ଜଙ୍ଗଲ ବିଭାଗ ଆଖିରେ ଆଙ୍ଗୁଠି ଗେଂଗି କରତ କଳ ଚଳାଉଛି, ମୁଖ୍ୟତଃ ସ ପିଟି ଲାଇନସେନ୍ସ ଧାରା କୁ ଉଲଂଘନ କରୁ ଥିବା ଦେଖା ଯାଇଇଛି, ପାଇ ଥିବା ଅନୁମତି ଠାରୁ ଅନେକ ସିଫିଟି କାଠ କାଟୁଛି, ଓ ବହୁ ମୂଲ୍ୟବାନ ଫଳ ଗଛ ଯଥା ଆମ୍ବ, ପଣସ, ଓସଗୁନଆନ କୁ ବି ଲୁଚାଇ କଟୁ ଥିବା ବିଶେଷ ସୂତ୍ରରୁ ଅଭିଯୋଗ ହେଉଛି l
ଏତେସବୁ ବେଆନି କାଯ୍ୟକଳାପଚାଲୁ ଥିବା ବେଳେ ଜଗତସିଂହପୁରରେଞ୍ଜର ଡିଫଓ ଙ୍କୁ ରିପୋର୍ଟ ନକରିବା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l
ତିର୍ତ୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )