ଶବ ସତ୍କାର କଲେ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ର କର୍ମକର୍ତ୍ତା

0 5

ବୌଦ୍ଧ: ଗଙ୍ଗାଧର ମେହେର ସ୍ବେଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଜଣେ ଅସହାୟ ବ୍ୟକ୍ତିଙ୍କର ସବସତ୍କାର କରାଯାଇଛି l
ବୌଦ୍ଧ ସହର 6 ନମ୍ବର ୱାର୍ଡ ଖାଲିଅବଗିଚା ରେ ବାବୁଲା ବେହେରା ତାଙ୍କର ପରିବାର ସହିତ ରହୁଥିଲେ । ସେ ଗତକାଲି ଦିନ ପ୍ରାୟ 3 ଟା ସମୟରେ ହଠାତ ଅସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ତାଙ୍କ ସ୍ତ୍ରୀ ବୌଦ୍ଧ ଡାକ୍ତରଖାନା କୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ବନ୍ଧୁବାନ୍ଧବ କେହି ନ ଆସିବାରୁ ଆମ ସଂଗଠନ କୁ ଖବର ଦେଇଥିଲେ । ଖବର ପାଇ ସଂଗଠନ ର ସଭାପତି ମିନୁ ପ୍ରସାଦ ମିଶ୍ର ,
ରାମଚନ୍ଦ୍ର ମେହେର , ରମେଶ ପ୍ରଧାନ,ପ୍ରତିଷ୍ଠାତା ଇନ୍ଦ୍ରମଣି ମେହେର ଙ୍କ ସହିତ ଅରୁପ ମହାରଣା,ତ୍ରିନ୍ନାଥ ମେହେର,ବାବୁଲି ଦାନୀ, ଅଭିମନ୍ୟୁ ସିଂ ଯାଇ ବୌଦ୍ଧ ରାଜଘଟରେ ଶବଟିକୁ ସତ୍କାର କରିଥିଲେ l ତାଙ୍କର ପୁଅ ରାଜା ବେହରେ ମୁଖାଗ୍ନି ଦେଇଥିଲେ l ସେ ଖାଲିଆବଗିଚା ଛକରେ ଗୋଟେ ଠେଲା ରେ ଜଳଖିଆ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ l ଏବେ ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ଅସହାୟ ହୋଇ ଯାଇଛନ୍ତି l ତାଙ୍କର 15 ବର୍ଷ ର ଏକ ଝିଅ ଓ 12 ବର୍ଷ ର ପୁଅ ଅଛନ୍ତି l

ବୌଦ୍ଧ ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.