ପୁରୀ ଆର୍ଟିଷ୍ଟ ଆସୋସିଏସନ୍ ଆନୁକୁଲ୍ୟରେ ତିନି ଦିନ ଧରି ବିଶ୍ଵ ନାଟ୍ୟ ଦିବସ ପାଳନ କରାଯିବ।ନାଟକ ପ୍ରତି ଲୋକଙ୍କ ରୁଚି ଓ ଆଗ୍ରହକୁ ବୃଦ୍ଧି କରିବା, ସାଧାରଣ ଲୋକଙ୍କୁ ନାଟକ ସହ ଯୋଡିବା ତଥା ନାଟ୍ୟପ୍ରେମୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ପ୍ରଥମ ଦିବସରେ ନାଟକ ଅସହାୟ ,ଦ୍ଵିତୀୟ ଦିବସରେ ରାଜନନ୍ଦିନୀ ଓ ଅନ୍ତିମ ଦିବସରେ ରଙ୍ଗାରଙ୍ଗ ଓ ସଙ୍ଗୀତ ପରିବେଷଣ କରାଯିବ।ଏଥିସହ ପ୍ରତିଷ୍ଠିତ ନାଟ୍ୟ କଳାକାର ଓ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ସହ ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବିଭାଗରେ କରାଯାଇଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।ଏଥିସହ ଜୀବନ ବ୍ୟାପୀ ସାଧନା ପାଇଁ ବରିଷ୍ଠ ନିର୍ଦ୍ଦେଶକ ଓ ଅଭିନେତା ଗୋବିନ୍ଦ ଚନ୍ଦ୍ର ମହାନ୍ତି ,ନାଟ୍ୟ ନିର୍ଦ୍ଧେଶକ ମହେନ୍ଦ୍ର କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )