ଓଡ଼ିଶା ନାଟକ ସମାରୋହ ସମିତି ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ

0 37

ବ୍ରହ୍ମପୁର: ସଂସ୍କୃତି ଧର୍ମୀ ପତ୍ରିକା ଅଭିନୟ ଜଗତ ଏବଂ ଓଡ଼ିଶା ନାଟକ ସମାରୋହ ସମିତି ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ସୋମବାର ଅପରାହ୍ନରେ ସହରର କଳାକାର ମାନଙ୍କୁ ନେଇ ଏକ କଳାକାର ଶୋଭାଯାତ୍ରା ପୁରୁଣା ବସ୍ଟାଣ୍ଡ ଠାରୁ ବାହାରି ଉତ୍କଳ ଆଶ୍ରମ ଠାରେ ପହଞ୍ଚିଥିଲା । ଏଥିରେ ସର୍ବଶ୍ରୀ ରାଜୁପାଢ଼ୀ , ରମେଶ ମହାରଣା , ଡା . ତ୍ରିପତି ସାହୁ , ଅନିଳ କୁମାର ପାତ୍ର , ବନ୍ଦନା ମହାପାତ୍ର , ରବିନାରାୟଣ ବେହେରା , ରାଜ ଗୋପାଳ ପାଢ଼ୀ , ମନୋଜ ଦଣ୍ଡପାଟ , କୈଳାସ ପାଣିଗ୍ରାହୀ , ଆରତୀ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଞ୍ଚକଳାର ପ୍ରଚାର ଓ ପ୍ରସାର ପାଇଁ ଆହ୍ବାନ କରିଥିବା ବେଳେ ଡ .ମିହିର କୁମାର ତ୍ରିପାଠୀ ଓ ରବୀନ୍ଦ୍ର କୁମାର ନାୟକ ଶୋଭାଯାତ୍ରା ପରିଚାଳନା କରିଥିଲେ ।

ସେହିପରି ସନ୍ଧ୍ୟାରେ ଓଡ଼ିଶା ନାଟକ ସମାରୋହ ସମିତି ସ୍ୱନକ୍ଷତ୍ର ଉତ୍ସବ ସଭାପତି ଅନିଳ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ କଳା ପରିଷଦ ପରିସରରେ ପାଳନ ହୋଇଛି । ଏହି ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବିଧାୟକ ବିକ୍ରମ କୁମାର ପଣ୍ଡା , ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ , କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା ଯାମିନି କାନ୍ତ ଦାସ୍,ଏବଂ ଉତ୍କଳ ଆଶ୍ରମର ସଂପାଦକ ତଥା ସାହିତ୍ୟିକ ଡ ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ନାଟ୍ୟ ଦିବସର ଅଭିନନ୍ଦନ ଜ୍ଞାପନ କରିଥିଲେ ।
ସଭା କାର୍ଯ୍ୟ ପରେ ଡ ମିହିର କୁମାର ତ୍ରିପାଠୀଙ୍କ ରଚିତ ତଥା ଆରତୀ ପାତ୍ରଙ୍କ ନିର୍ଦ୍ଦେଶିତ ହାସ୍ୟ ବ୍ୟଙ୍ଗ ଭରା ନାଟକ ‘ କିଛି ଖରାପ ଭାବିବେନି ’ ମଞ୍ଚସ୍ଥ ହୋଇଥିଲା । ଏଥିରେ ରାଜୁ ପାଢ଼ୀ , ବନ୍ଦନା ମହାପାତ୍ର , ରବି ନାରାୟଣ ବେହେରା , ଡ . ମିହିର ତ୍ରିପାଠୀ , ଇଂ . ମନୋଜ ଦଣ୍ଡପାଟ , ଅଶୋକ ବ୍ରହ୍ମା , ସୁଧିପ କୁମାର ସାହୁ,ଗିରିଜା ଶଙ୍କର ଦାଶ , କାର୍ତ୍ତିକ ପାଣିଗ୍ରାହୀ , ବିନାୟକ ହୋତା , କୈଳାସ ପାଣିଗ୍ରାହୀ , ରବୀନ୍ଦ୍ର କୁମାର ନାୟକ , ନଳିନୀ ଗୌଡ଼ , ନାରାୟଣ ମହାଙ୍କୁଡ଼ , ସନ୍ଦୀପ ପଟ୍ଟନାୟକ , ଶିବଶଙ୍କର , ଆରତୀ ପାତ୍ର , ଡା . ମିରାବାଇ ପଣ୍ଡା ଏବଂ ପ୍ରିୟାଂଶ ନାୟକ ପ୍ରମୁଖ ଅଭିନୟ କରିଥିବା ବେଳେ, ଗୁରୁ ଅଶ୍ବିନୀ କୁମାର ମହାପାତ୍ର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.