January 12, 2025
Home » ଜିଲ୍ଲାପାଳଙ୍କ ଦ୍ୱାରା ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା

ଜିଲ୍ଲାପାଳଙ୍କ ଦ୍ୱାରା ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା

0

କୋରାପୁଟ ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଦ୍ଵାରା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗରେ ଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ଥିବା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଉକ୍ତ ସମୀକ୍ଷା ବୈଠକରେ ଏନଆରହେଚଏମ ଦ୍ଵାରା ପରିଚାଳିତ ମୁଖ୍ୟତଃ ବିଭିନ୍ନ ଯୋଜନାରେ ଚାଲୁଥିବା ପ୍ରତ୍ୟେକ ସ୍ବାସ୍ଥ୍ୟ ସେବାର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ଜିଲ୍ଲାରେ ଏମ ଏଣ୍ଡ ସିସି କ୍ଷେତ୍ରରେ ବିଭାଗ ଦ୍ଵାରା ନିଆଯାଇଥିବା ପଦକ୍ଷେପର ପୁଙ୍ଖାନୁପୁଙ୍ଖ ପଚାରି ବୁଝିଥିଲେ । ଏଥିସହ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚାଲୁଥିବା କାମର ମାନ ସଠିକ ଭାବେ କରିବାଗୁ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ବରଦାକାନ୍ତ ମିଶ୍ର, ପରିବାର କଲ୍ୟାଣ ଏଡିଏମଓ ଡ. ନୀଳମଣି ଶତପଥୀ, ଜନସ୍ବାସ୍ଥ୍ୟ ଅଧିକାରୀ ଡ. ମୁକ୍ତିକାନ୍ତ ଖଟୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧ୍ୟକ୍ଷକ ନାରାୟଣ ମିଶ୍ର, ଡିପିଏମ ଶୁଭକାନ୍ତ ଗନ୍ତାୟତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *