December 23, 2024
Home » ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କୋରାପୁଟ, ଜୟପୁର ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳିତ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କୋରାପୁଟ, ଜୟପୁର ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳିତ

0

ଜାତୀୟ ଆଇନ ସେବା ଦିବସ, ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଶ୍ରୀ ପ୍ରଦୀପ କୁମାର ମହନ୍ତ ତ୍ବତାବଧାନରେ ଜାତୀୟ ଆଇନ ସେବା ଦିବସ ଅବସରରେ ବାରିଣୀପୁଟ ଗ୍ରାମ ସ୍ଥିତ ସରକାରୀ ଏସ.ଏସ.ଡି ସେକେଣ୍ଡାରୀ ହାଇସ୍କୁଲ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ଦିବସ ପ୍ରତିବର୍ଷ ୦୯ ନଭେମ୍ବରରେ ପାଳନ କରାଯାଏ । ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ସେବା ପ୍ରାଧିକରଣ ସଚିବ ତଥା ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀ ସୁମନ ଜେନା ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ପେସିଆଲ୍ ପୋକ୍ସ କୋର୍ଟ, ଜୟପୁର, ଡଃ. ଜି.ଗାୟତ୍ରୀ ଦେବୀ, ଚିଫ୍ ଡେପୁଟି ଲିଗାଲ ଏଡ ଡିଫେନ୍ସ କାଉସେଲର ଜୟପୁର ଶ୍ରୀ ହରିଶ ଚନ୍ଦ୍ର ମୁଦୁଲି, ଶ୍ରୀ କେ ଦିବାକର ରାଓ,, ପାନେଲ ଆଇନଜୀବି ଶ୍ରୀ ଗିରଧର ଖରା, ଶ୍ରୀ ପି.ସନ୍ୟାସ ରାଓ, ଶ୍ରୀ ଦିବାକର ଗୌଡ, ଶ୍ରୀ ବିନୟ ବିଶ୍ୱାସ, ସମ୍ମୁଖ କାର୍ଯ୍ୟାଳୟର ରିଟେନର ଶ୍ରୀ ସୁରେସ ହୁଡୁପୁ ସହ ପାରା ଲିଗାଲ ସ୍ବେଚ୍ଛାସେବୀ ଏବଂ ସରକାର ଏସ୍.ଏସ୍.ଡି ସେକାଣ୍ଡାରୀ ହାଇ ସ୍କୁଲ ବାମୁଣିପୁଟ ସହକାରୀ ପ୍ରଧାନ ଶିକ୍ଷୟୀତ୍ରୀ ଶ୍ରୀମତି ସଂଗିତା ପାତ୍ର, ଏବଂ ଶ୍ରୀ ଗୌର ଚନ୍ଦ୍ର ପ୍ରହରାଜ ଗୁରୁ, ଶ୍ରୀମତୀ ପଦ୍ମାଳୟା ହୋତା, ଅନୁଶୟା ପ୍ରାଧାନ, ରଞ୍ଜନ କୁମାର ପଣ୍ଡା, ଜୟପୁର ସଦର ଥାନା ପୋଲିସ କର୍ମଚାରୀ ଉପସ୍ଥିତ ରହି ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ମାନଙ୍କୁ ସର୍ବ ପ୍ରଥମେ ସମସ୍ତଙ୍କୁ ଅଭିବାଦନ ଜଣାଇ ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନର ଆଭିମୂଖ୍ୟ ଓ ତାତ୍ପର୍ଯ୍ୟ ଆଲୋକପାତ କରିବା ସହିତ ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ବିଭିନ୍ନ ମୌଳିକ କର୍ତ୍ତବ୍ୟ ଓ ଅଧିକାର, ସ୍ବାଧିନତା ଓ ସୁରକ୍ଷା ଅଧିକାର, ଆଇନଗତ ସମସ୍ୟା, ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

ଆଇନ ସେବା ପ୍ରାଧିକରଣ ଅଧିନିୟମ ପ୍ରଣୟନ ଦ୍ୱାରା ଏହି ଦିନଟି ୧୯୮୭ ମସିହାରେ ଚିହ୍ନିତ ହୋଇଥିଲା, ଯାହା ନଭେମ୍ବର ୦୯, ୧୯୯୫ ତାରିଖରେ ଲାଗୁ ହୋଇଥିଲା। ଏହି ଅଧିନିୟମ ସମାଜର ଦୁର୍ବଳ ବିଭାଗକୁ ମାଗଣା ଏବଂ ଦକ୍ଷ ଆଇନ ସେବା ଯୋଗାଇବା ପାଇଁ ଏକ ଦେଶବ୍ୟାପୀ ନେଟୱାର୍କ ପ୍ରତିଷ୍ଠା କରିଥିଲା ​​। ଅର୍ଥାତ୍ ଆଇନ ସେବା ପ୍ରାଧିକରଣ ଆଇନର ଉଦ୍ଦେଶ୍ୟ ହେଉଛି ଅର୍ଥନୌତିକ କିମ୍ବା ଅନ୍ୟାନ୍ୟ ଅକ୍ଷମତା ହେତୁ କୌଣସି ନାଗରିକ ନ୍ୟାୟ ପାଇବାରେ ବଞ୍ଚିତ ହେବେ ନାହିଁ।
ମାଗଣା ଆଇନ ସେବା ଯୋଗାଇବା ଏବଂ ବିବାଦର ସମାଧାନ ପାଇଁ ଲୋକ ଅଦାଲତମାନଙ୍କୁ ସଂଗଠିତ କରିବା ପାଇଁ ଏହି ଆଇନ ଅଧୀନରେ ଜାତୀୟ ଆଇନ ସେବା ପ୍ରାଧିକରଣ ଗଠନ କରାଯାଇଥିଲା । ଆଇନ ସେବା ପ୍ରାଧିକରଣ ଯଥାକ୍ରମେ ଜିଲ୍ଲା ଏବଂ ତାଲୁକା ସ୍ତରରେ କାର୍ଯ୍ୟ କରିଥାନ୍ତି ।
ଏହି କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ପ୍ରଦାନ କରାଯାଉଥିବା ବିଭିନ୍ନ କାର୍ଯ୍ୟବଳି ଯେପରି ମାଗଣା ଆଇନସେବା, ମଧ୍ୟସ୍ଥିତା ଓ ଆପୋଷ ମିଳାମିଶା, ମାଧ୍ୟମରେ ମାମଲାର ସମାଧାନ, ପାକ-ମକଦ୍ଦମା ସଂପର୍କରେ ଆଲୋକପାତ କରିଥିଲେ।

ଏଥି ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଶିକ୍ଷାଅଧିକାର ଅଧିନିୟମ ଓ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ବାରା ପ୍ରଦତ୍ତ ୧୦ଟି ନୁଆ ଯୋଜନା ସାମ୍ବଧାନିକ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଏବଂ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା କିପରି ଲୋକଙ୍କ ପାଖକୁ ପହଞ୍ଚିବ ତାହା ଉପରେ ବର୍ଣ୍ଣନା କରିଥିଲେ। ତା ସହିତ ଆଇନ ସାକ୍ଷରତା କ୍ନବ୍ ମାଧ୍ୟମରେ କିପରି ନିଜ ନିଜ ଅଞ୍ଚଳରେ ହେଉଥିବା ବିବାଦର ସମାଧାନ ଓ ଗରିବ ଆଭାବ ଲୋକଙ୍କୁ କିପରି ଆଇନ ସେବା ସଂସ୍ଥା ସହଯୋଗରେ ସାହାଯ୍ୟ ଯୋଗାଇଦେବାରେ ସହାୟକ ହୋଇପାରିବେ ତାହା ବିସୃତ ଭାବେ ଆଲୋଚନା କରିଥିଲେ। ଶିବିର ର ପରିସମାପ୍ତ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀୟ ପାରାଲିଗାଲ ସ୍ବେଚ୍ଛାସେବୀ, ପାନେଲ ଆଇନଜୀବି ଙ୍କୁ ନେଇ ଏକ ବିଶାଳ ରାଲି ବିଭିନ୍ନ ସ୍ଲୋଗାନ ଓ ବାର୍ତ୍ତା ଦେଇ ହାଇ ସ୍କୁଲରୁ ବାହାରି ବାମୁଣିପୁଟ ଗାଁ ପରିକ୍ରମା କରିବା ପରେ ଆଇନ ସେବା ସଂସ୍ଥାର କାର୍ଯ୍ୟକଳାପ ଓ ସଫଳତା ତଥା ଆଇନ ସେବା ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଯଥା ଲୋକ ଅଦଲତ, ମଧ୍ୟସ୍ଥତା କେନ୍ଦ୍ର, ପ୍ରାକ-ମକଦ୍ଦମା, ଆଇନ ସାକ୍ଷରତା, ଜାତୀୟ ଆଇନ ସେବାଦ୍ବାରା ପ୍ରଦତ୍ତ ବିଭିନ୍ନ ଯୋଜନା ବିଭନ୍ନ ସ୍ତରରେ ରହିଥିବା ବଚାର ବିଭାଗ ଓ ଏହାର କାର୍ଯ୍ୟକାରୀତା, ପୀ଼ଡିତା, କ୍ଷତୀପୁରଣ, ସମ୍ମୁଖ କାର୍ଯ୍ୟଳୟ, ପାରାଲିଗାଲ ସ୍ବେଚ୍ଚାସେବୀ, ପେନାଲ ଆଇନଜୀବି, କାରାଗାର, ଆବାସିକ ବିଦ୍ୟାଳୟ, ବରିଷ୍ଠ ନାଗରିକ, ଶିଶୁ ଯତ୍ନ ଅନୁଷ୍ଠାନ, ଭଳି ବିଭିନ୍ନ କାର୍ଯ୍ୟକ୍ରମ ସମନ୍ଧୀୟ ଏକ ପ୍ରଦର୍ଶନୀ ଷ୍ଟଲ ସ୍ଥାପନ କରାଯାଇ ଲୋକମାନଙ୍କୁ ଷ୍ଚୱ ମାଧ୍ୟମରେ ସଚେତନତା କରାଯାଇଥିଲା।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed