December 26, 2024
Home » ଜିଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଜିଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

0

ଜଗତସିଂହପୁର ଜିଲ୍ଲାରେ ଖରିଫ‌ ବର୍ଷ ୨୦୨୪ -୨୫ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।ମାନ୍ୟବର ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ ବାଲିକୁଦା ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ ।
ଆସନ୍ତା ୮.୦୧.୨୫ ତାରିଖ ରେ ରଘୁନାଥପୁର , ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ୍ ରେ ଏବଂ ୧୫.୦୧.୨୫ ତାରିଖ ଦିନ ଜଗତସିଂହପୁର , ବାଲିକୁଦା, ବିରିଡ଼ି, ଏରସମା ଓ ନାଉଗାଁ ବ୍ଲକ ରେ ପର୍ଯ୍ୟାୟକ୍ରମେ ୪୭୭୩୬ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ୧୧୪ ଗୋଟି ମଣ୍ଡି ମାଧ୍ୟମରେ (୧୦୫ ପ୍ୟାକ୍ସ ଏବଂ ୯ ଏସଏଚଜି ) ୧୩,୯୩,୨୭୯.୪୧ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଚଳିତବର୍ଷ msp ବୃଦ୍ଧି କରାଯାଇଥିବାରୁ ଧାନ ସଂଗ୍ରହ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଆଶାପୋଷଣ କରିବା ସହ ମଣ୍ଡି ରେ ଉପୁଜୁଥିବା ସମସ୍ୟା ନିମନ୍ତେ ଏକ ସ୍କ୍ୱାର୍ଡ ଗଠନ କରି ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ କଳାବଜାରୀ କୁ ପ୍ରଶ୍ରୟ ନ ଦେଇ ସୁବ୍ୟବସ୍ଥିତ ଭାବେ ଧାନ ସଂଗ୍ରହ କରିବାପାଇଁ ପ୍ରଶାସନିକ ଅଧିକାରୀ ମାନେ ଧ୍ୟାନ ଦେବାପାଇଁ ମନ୍ତ୍ରୀ କହିଥିଲେ। ସଭାରେ ଉପସ୍ଥିତ ରହି ଜଗତସିଂହପୁର ବିଧାୟକ ଶ୍ରୀ ଦାସ ଚାଷୀ କେତେବସ୍ତା ଧାନ ଆଣୁଛି ତାହାର ଏକ ସାର୍ଟଫିକେଟ ଦେବାପାଇଁ ପରାମର୍ଶ ଦେଇଥିଲେ। ମିଲର ମାନେ ଉପଯୁକ୍ତ ତାଲିମ୍ ପ୍ରାପ୍ତ ଲୋକଙ୍କୁ ମଣ୍ଡି କୁ ପଠାଇବା, ମଣ୍ଡି ରେ ଚାଷୀ ଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇବା, ଧାନ ର FAQ ମାନ ଆର ଏମ ସି ଦ୍ବାରା ନିର୍ଦ୍ଧାରିତ କରିବା ଆଦି ଉପରେ ବିଧାୟକ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ। ଏହା ସହ କୁଲମୁଣ୍ଡିଲୋ ଠାରେ ଏକ ସବ ମଣ୍ଡି ଖୋଲିବାର ପରାମର୍ଶ ଦେଇଥିଲେ। ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା କହିଲେ ଯେ, ମିଲର ଓ ଚାଷୀ ପରସ୍ପର ର ପରିପୂରକ। ରେଜିଷ୍ଟ୍ରେସନ୍ ଅନୁଯାୟୀ ଟାର୍ଗେଟ, ଅମଳ ପର୍ଯ୍ୟନ୍ତ ଟୋକନ ଅବଧି ବୃଦ୍ଧି, ସୁବ୍ୟବସ୍ଥିତ ଧାନ ସଂଗ୍ରହ ଆଦି ବିଷୟ ରେ ମଧ୍ୟ ଗୁରୁତ୍ଵ ଦେଇଥିଲେ ବିଧାୟକ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ସମସ୍ତଙ୍କ ସହଯୋଗ ରେ ଧାନ ସଂଗ୍ରହ ଠିକ ଭାବେ ହୋଇପାରିବ ବୋଲି କହିଥିଲେ। ସ୍ବଚ୍ଛ ଧାନ ଆଣିବା ପାଇଁ ଚାଷୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ସହ ଗତଥର ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାର ପୁନରାବୃତ୍ତି ନଘଟିବା ,ଚାଷୀମାନେ ଯେପରି କଟଣି ଛଟଣୀର ଶିକାର ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ମଣ୍ଡି ମାନଙ୍କରେ ଜଣେ ଲେଖାଏ ନୋଡ଼ାଲ ଅଧିକାରୀ ଏବଂ ୪-୫ ଟି ମଣ୍ଡି ରେ ଜଣେ ଲେଖାଏ ସୁପରଭାଇଜିଙ୍ଗ ଅଧିକାରୀ ଙ୍କୁ ଦାୟୀତ୍ବ ଦିଆ ଯାଇଛି ।
ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ,ମଣ୍ଡିରେ ବିଜୁଳି, ଭିତ୍ତିଭୂମି,ଆଶ୍ରୟ ସ୍ଥଳ,ଟୋକନ୍ ସମୟ ସୀମା, ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା କୌଣସି ଅସୁବିଧାରେ ସମ୍ପନ୍ନ କରିବାକୁ କହିଥିଲେ ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି । ଏହାବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ ଯାହା ସର୍ବମୋଟ ୩୧୦୦ ଟଙ୍କା ହେବ । ଧାନ ମିଳିବାର ୪୮ ଘଣ୍ଟା ମଧ୍ୟରେ ଯେପରି ଚାଷୀ ଟଙ୍କା ପାଇବ ସେ ବାବଦରେ ମଧ୍ୟ ଧ୍ୟାନ ଦେବାକୁ କହିଥିଲେ ।
ପ୍ରତ୍ୟେକ ଧାନ ମଣ୍ଡିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ । ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ସଂଗୃହୀତ ଧାନର ମାନ ନିରୀକ୍ଷଣ କରିବା ପାଇଁ ଯନ୍ତ୍ରର ବ୍ୟବହାର କରାଯିବ (ଗ୍ରେନ ଆନାଲାଇଜର ) ଏବଂ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ଲଗାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ । ଧାନର ଏଫଏକ୍ୟୁ ମାନ ବିଷୟରେ ଚାଷୀଙ୍କୁ ପୂର୍ବରୁ ସଚେତନ କରିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା I କୌଣସି ଟୋକନ ଯେପରି କ୍ଷତି ନ ହୁଏ ସେଥିପ୍ରତି ଜିଲ୍ଲାପାଳ ଙ୍କୁ ୭ ଦିନ ଅବଧି ବଢାଇବାକୁ ମଧ୍ୟ କ୍ଷମତା ଦିଆ ଯାଇଛି । ବାହାର ଜିଲାରୁ କିମ୍ବା ଆନ୍ତରାଜ୍ୟ ଧାନ ବିକ୍ରି ରୋକ ପାଇଁ ଆରକ୍ଷୀ ଅଧିକ୍ଷକ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରିବା ତଥା ସିସିଟିଭି ଦ୍ବାରା ପୋଲିସ ବିଭିନ୍ନ ସ୍ଥାନରେ ଜଗିବ ବୋଲି ସୂଚନା ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ମିଲର୍, ଚାଷୀଭାଇ ତଥା ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *