July 4, 2025
Home » ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ଅଭିନବ େୱବ୍‌ସାଇଟ୍‌ ‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ର ଲୋକାର୍ପଣ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ଅଭିନବ େୱବ୍‌ସାଇଟ୍‌ ‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ର ଲୋକାର୍ପଣ

0
WhatsApp Image 2025-03-09 at 2.36.11 PM

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ଉତ୍କର୍ଷକୁ ବିଶ୍ୱ ବଜାରରେ ପହଞ୍ଚାଇବା,ହସ୍ତତନ୍ତ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ବୁଣାକାରମାନଙ୍କୁ ସଶକ୍ତ କରିବା ଆଭିମୁଖ୍ୟ ନେଇ ଆରମ୍ଭହୋଇଥିବା ‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ (ଅrଟ୍ଟଟ ଞ୍ଚଜ ଘeଚ୍ଚଠinଜ୍ଜ) ହସ୍ତତନ୍ତ େୱବ୍‌ସାଇଟ୍‌ ଲୋକାର୍ପିତ ହୋଇଛି ।ସ୍ଥାନୀୟ ଭୁବନେଶ୍ୱର କ୍ଲବ୍‌ରେ ଆୟୋଜିତ ଏହି ଆକର୍ଷଣୀୟ ଲୋକାର୍ପଣ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନକ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ଅଧିକାରୀ, ଶିକ୍ଷାବିତ୍‌, ଇଂଜିନିୟର, ଚିକିତ୍ସକ, କଳାକାର, ନୃତ୍ୟଶିଳ୍ପୀ ଏବଂଗୃହିଣୀମାନେ ଯୋଗଦେଇ ଓଡ଼ିଶା ହସ୍ତତନ୍ତର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।ଉତ୍ସବରେ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶିକା ସୁଚେତାପି୍ରୟଦର୍ଶିନୀ କହିଥିଲେ, ଆମେ ଓଡ଼ିଆଣୀମାନେ ଓଡ଼ିଶା ହସ୍ତତନ୍ତ ପରିଧାନରେ ସବୁଠାରୁ ଅଧିକ ଆକର୍ଷଣୀୟଲାଗିଥାନ୍ତି । ହସ୍ତତନ୍ତ ପରିଧାନ ବିନା ଓଡ଼ିଆ ନାରୀଙ୍କର ଶାଢ଼ିସମ୍ଭାର ପରିପୂର୍ଣ୍ଣ ହୁଏନି । ଶହ ଶହ ବର୍ଷଧରିଆମ ବୁଣାକାରମାନେ ହସ୍ତତନ୍ତ ମାଧ୍ୟମରେ ଓଡ଼ିଆ କଳା-ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛନ୍ତି ।

ପ୍ରତିଯୋଗିତାମୂଳକ ବଜାରରେ ତିଷ୍ଠି ରହିବା ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ପ୍ରବାସୀଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଶା ହସ୍ତତନ୍ତର ଚାହିଦା ଓ ଆଦରକୁ ପରିପୂରଣ କରିବା ଦିଗରେ ଏହି େୱବ୍‌ସାଇଟ୍‌ସହାୟକ ହେବ ବୋଲି ସେ ମତପ୍ରକାଶ କରିଥିଲେ ।‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ର ପ୍ରତିଷ୍ଠାତା ଦୀଶା ଦାସ ଏହି େୱବ୍‌ସାଇଟ୍‌ ପରିକଳ୍ପନାର ଆଭିମୁଖ୍ୟସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଉଚ୍ଚଶିକ୍ଷା ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀର ଆଇଟି ଚାକିରି ଛାଡ଼ି
ଆମେରିକାର ଜର୍ଜିଆଟେକ୍‌ ବିଶ୍ୱବିଦ୍ୟାଳୟରେ ଏମ୍‌ଏସ୍‌ କରୁଥିବା ସମୟରେ ହିଁ ସେଠାରେ ହେଉଥିବା ବିଭିନ୍ନସାମାଜିକ ଉତ୍ସବରେ ଓଡ଼ିଶା ହସ୍ତତନ୍ତ ପ୍ରତି ଲୋକଙ୍କ ମନରେ ଆଗ୍ରହ ଲକ୍ଷ୍ୟ କରିଥିଲେ । କିନ୍ତୁ ସେଠାରଲୋକଙ୍କ ପାଖରେ ଉପଯୁକ୍ତ ତଥ୍ୟ, ସୂଚନା ଏବଂ ଶାଢ଼ିର ପ୍ରସ୍ତୁତି ଓ ଗୁଣବତ୍ତା ସମ୍ପର୍କରେ ଯଥେଷ୍ଟ ଜ୍ଞାନ ନଥିବା ଏବଂ ବିଦେଶରେ ହସତନ୍ତ ଶାଢ଼ି ସହଜରେ ଉପଲବ୍ଧ ହେଉ ନଥିବା ଅନୁଭବ କରିଥିଲେ । ତେଣୁଉଚ୍ଚଶିକ୍ଷା ପରେ କଣ୍ଟେଣ୍ଟ ରାଇଟିଂ ଏବଂ େୱବ୍‌-ଡିଜାଇନିଂରେ ବିଶେଷ ଜ୍ଞାନ ହାସଲ କରିଥିବା ଦୀଶା ଓଡ଼ିଶାହସ୍ତତନ୍ତର ବିଶ୍ୱସ୍ତରୀୟ ଆଦୃତି ଏବଂ ଚାହିଦାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି େୱବ୍‌ସାଇଟ୍‌ର ପରିକଳ୍ପନାକରିଥିଲେ । ଦୀର୍ଘ ୬ ମାସର କଠିନ ପରିଶ୍ରମ ପରେ ଏହି େୱବ୍‌ସାଇଟ୍‌ର ଲୋକାର୍ପଣ ହୋଇଛି ଏବଂଆଗାମୀ ଦିନରେ ଏହାକୁ ଅଧିକ ସଂପ୍ରସାରଣ କରିବା ପାଇଁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *