ଅପରେସନ୍ ଓଲିଭିଆ – ଭାରତୀୟ ତଟ ରକ୍ଷକ ବାହୀନିର ନିରନ୍ତର ପ୍ରୟାସ

ପାରାଦ୍ଵୀପ, ତା ୨୧/୦୨/୨୫;ଓଡ଼ିଶାର ବନ୍ୟ ବିଭାଗ ଦ୍ୱାରା 20 ଫେବୃଆରୀ 2025 ରେ ପ୍ରକାଶିତ ସର୍ଭେ ରିପୋର୍ଟ ଉତ୍ସାହଜନକ ଅଟେ, କାରଣ ଓଡ଼ିଶା ର ରୁଷିକୁଳ୍ୟା ଏବଂ ଦେବୀ ନଦୀ ମୁହାଣରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ବିପଦଗ୍ରସ୍ତ ପ୍ରଜାତି ଓଲିଭ ରିଡଲେ କଇଁଛ ଙ୍କ ଦ୍ୱାରା 5,55,638 ଟି ଅଣ୍ଡା ଦାନ ହୋଇଅଛି। ଏହି ପ୍ରୟାସ ବିରଳ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ସମୁହିକ ସଂରକ୍ଷଣ ଉଦ୍ୟମର ଏକ ପ୍ରତୀକ ଅଟେ। ସଂରକ୍ଷଣବିଦମାନେ ଓଡ଼ିଶା ଉପକୂଳର ଉପଯୁକ୍ତ ସ୍ଥାନରେ ସୁରକ୍ଷିତ ଅଞ୍ଚଳ ତିଆରି କରିଛନ୍ତି, ଯେଉଁଠି ଏହି କଇଁଛ ମାନେ ଅଣ୍ଡା ଦାନ କରିଥାନ୍ତି। ଏହି ସ୍ଥାନଗୁଡ଼ିକୁ ନିୟମିତ ଭାବରେ ନିରୀକ୍ଷଣ କରାଯାଉଛି , ଯଥା ସମୁଦ୍ରପଥରେ ଚୋରା ମାଛ ଧରିବା କିମ୍ବା ପର୍ଯ୍ୟଟନୀୟ କାର୍ଯ୍ୟକଳାପରୁ ବାଧା ସୃଷ୍ଟି କରିବା।
1991 ମସିହା ଠାରୁ ନିୟମିତ ଭାବରେ ଭାରତୀୟ ତଟ ରକ୍ଷକ ବନ୍ୟ ପ୍ରାଣୀ ସୁରକ୍ଷା ଅଧିନିୟମ 1972 ଅନୁଯାୟୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିରନ୍ତର ସାହାଯ୍ୟ ପ୍ରଦାନ କରି ଆସୁଅଛି। ଅପରେସନ ଓଲିଭିଆ 25 ଅନ୍ତର୍ଗତ, 20 ଫେବୃଆରୀ 2025 ଅବଧି ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବିପଦଗ୍ରସ୍ତ ଓଲିଭ ରିଡଲେ କଇଁଛ ସମୂହ ଅଣ୍ଡା ଦାନ ଉତ୍ସାହଜନକ ହୋଇଛି। ଏଥି ମଧ୍ୟରେ ରୁଷିକୁଳ୍ୟାରେ 6,126 ଟି ବସା ଗଠିତ ହୋଇ ଅଲିଭ ରିଡଲେ କଇଁଛ ମାନେ 5,51,238 ଟି ଅଣ୍ଡା ଦାନ କରିଛନ୍ତି , ଯେଉଁଥିରେ ଦେବୀ ନଦୀ ମୁହାଣରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ କ୍ରମାଗତ ଭାବରେ 60 ଟି ବସା ଓ 5,400 ଟି ଅଣ୍ଡା ମିଳିଛି।
ଭାରତୀୟ ତଟ ରକ୍ଷକ ସାମୁଦ୍ରିକ ଆଇନ ଦୃଢ଼ ଭାବରେ ଅନୁସରଣ କରିବା ଏବଂ ସମୁଦ୍ର ପରିବେଶ ସୁରକ୍ଷିତ କରିବା ପାଇଁ ଦାୟିତ୍ଵବାନ ଅଟେ। ଭାରତୀୟ ତଟ ରକ୍ଷକ ରାଜ୍ୟ ମତ୍ସ୍ୟ ଓ ବନ୍ୟ ବିଭାଗ ସହଯୋଗରେ ଏହି ଅଭିଯାନ ଚଳାଇ ଆସୁଅଛି, ଯାହା 01 ନଭେମ୍ବରରୁ ଆରମ୍ଭ ହୋଇ 31 ମେ 2025 ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଅନ୍ତର୍ଗତ ଭାରତୀୟ ତଟ ରକ୍ଷକ ନିୟମିତ ଭାବରେ ସାମାଜିକ ସଚେତନତା ଅଭିଯାନ ଏବଂ ବିଶେଷ ସମ୍ପ୍ରଦାୟ ଅନ୍ତର୍କ୍ରିୟା କାର୍ଯ୍ୟକ୍ରମ ର ଆୟୋଜନ କରୁଛି ତଥା ଉପକୂଳର ଲୋକମାନଙ୍କୁ ଏବଂ ମତ୍ସ୍ୟ ସମ୍ପ୍ରଦାୟକୁ ସଜାଗ କରାଯାଉଛି। ଏହି ସମୟରେ, ମାଛ ଧରିବା ବା ଚଳିତ ନୌକାଗୁଡ଼ିକୁ ନିରୀକ୍ଷଣ କରାଯାଉଛି ଯେଉଁଥିରେ କଇଁଛ ସୁରକ୍ଷା ଯନ୍ତ୍ର ର ବ୍ୟବହାର ସୁନିଶ୍ଚିତ ହୋଇପାରିବ।
ଭାରତୀୟ ତଟ ରକ୍ଷକ ର ଜାହାଜ ଏବଂ ବିମାନଗୁଡ଼ିକ କଇଁଛ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ତାଙ୍କ ପାଇଁ ଉପଯୁକ୍ତ ପରିବେଶ ନିର୍ମାଣ କରିବା ପାଇଁ ଅନବରତ ନିୟୋଜିତ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ, 29 ଟି ଭାରତୀୟ ତଟ ରକ୍ଷକ ଜାହାଜ 138 ଦିନ ସମୁଦ୍ରରେ ଗସ୍ତ କରିଛି ଏବଂ ତଟ ରକ୍ଷକ ର ବିମାନ 65 ଘଣ୍ଟା ଅଭିଯାନ କରିଛି। ଏହି ଉଦ୍ୟମ ଚତୁର୍ଥାଂଶ ହାରରେ କଇଁଛ ମୃତ୍ୟୁଦର କମାଇବାରେ ସାହାଯ୍ୟ କରିଛି। ଏଥିପର୍ଯ୍ୟନ୍ତ ସମୁଦ୍ରରେ 150 ଟି ମାଛ ଧରୁଥିବା ନୌକା ନିରୀକ୍ଷଣ କରାଯାଇଛି ଯେଉଁଥିରେ ସାମୁଦ୍ରିକ ଆଇନ କୁ ପାଳନ କରିବା ପାଇଁ ନିଶ୍ଚିନ୍ତ କରାଯାଇଛି।