ଆରମ୍ଭ ହୋଇଛି ଇରାୱାଡି ଡ଼ଲଫିନ ଗଣନା

ଚିଲିକାରେ ଆରମ୍ଭ ହୋଇଛି ଇରାୱାଡି ଡ଼ଲଫିନ ଗଣନା । ଚିଲିକାରେ ଇରାୱାଡି ଡ଼ଲଫିନ କେତେ ରହିଛନ୍ତି ତାକୁ ଜାଣିବା ପାଇଁ ପ୍ରତ୍ୟେକ ବର୍ଷ ବନବିଭାଗ ଏବଂ ଚିଲିକା ଉର୍ଣ୍ଣୟନ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ଗଣତି କରାଯାଇଥାଏ। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ଏବଂ ସିଡିଏ ର ମିଳିତ ଆନୁକୂଲ୍ୟରେ ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି ଏହି ଗଣନା କାର୍ଯ୍ୟ। ସାତପଡ଼ା ରେଞ୍ଜ ପଟୁ ୮ ଟି ଦଳ ଏବଂ ବାଲୁଗାଁ ରେଞ୍ଜ ପଟୁ ୧୦ ଟି ଦଳ ମୋଟ ୧୮ ଟି ଦଳ ଡ଼ଲଫିନ ଗଣିବା ଜାରି ରଖିଛନ୍ତି । ଗୋଟାଏ ଦଳରେ ୮ ରୁ ୯ ଜଣ ଗଣନାକାରୀ ରହିଛନ୍ତି।ଏହି ଗଣନା ପ୍ରକ୍ରିୟାରେ ସିଡିଏର କର୍ମଚାରୀ ,ବନ କର୍ମଚାରୀ , ଡ଼ଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ ,ପରିବେଶବିତଙ୍କ ସହିତ ଡଙ୍ଗା ଚାଳକ ସାମିଲ ହୋଇଛନ୍ତି । ଜିପିଏସ, ବାଇନାକୁଲାର,ରେଞ୍ଜ ଫାଇଣ୍ଡର ଦ୍ୱାରା ଗଣତି କରାଯାଉଛି।
ଚିଲିକା ୱାଇଲ୍ଡ ଲାଇଫ ଡିଭିଜନ ର ଏସିଏଫ୍ ପ୍ରମୋଦ କୁମାର ସେଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମକୁ ୱାଇଲ୍ଡ ଲାଇଫ ହେଡକ୍ୱାର୍ଟର ରୁ ତିନୋଟି ତାରିଖ ଦିଆଯାଇଛି ଡଲଫିନ ଗଣନା ପାଇଁ। ଜାନୁଆରି 20, 21ଓ 22 ତାରିଖ ତିନି ଦିନ ଧରି ଡଲଫିନ ଗଣନା ହେବ। ଗତକାଲି 19 ତାରିଖ ରେ ଏ ନେଇ ପ୍ରସ୍ତୁତି ବୈଠକ ସହ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହୋଇ ସାରିଛି। ମୋଟ 18 ଟି ଗ୍ରୁପ ଚିଲିକା ୱାଇଲ୍ଡ ଲାଇଫ ଡିଭିଜନ ରେ ସମ୍ପୂର୍ଣ ଚିଲିକା କୁ ଗଣନା ରେ ରଖିବେ। 10 ଟି ଗ୍ରୁପ ଆମର ବାଲୁଗାଁ ପଟେ। ତେବେ ନର୍ଦନ ସେକ୍ଟର ଓ ଆଉଟର ଚ୍ୟାନେଲ ପାଈଁ 8 ଟି ଟିମ ରହି ଡଲଫିନ ଗଣନା କରିବେ। ପ୍ରତି ଗ୍ରୁପ ରେ 8 ରୁ ଜଣ ଲେଖାଏଁ ରହିଛନ୍ତି। ଲାଇନ ଟ୍ରାଞ୍ଜାକ୍ଟ ମେଥଡ ରେ ଡଲଫିନ ଗଣନା କାର୍ଯ୍ୟ କରାଯାଏ। ଏକ ସମୟ ରେ ବୋଟ ଗୁଡ଼ିକ ବାହାରିବ। ଡଲଫିନ ଗଣନାକାରି ଙ୍କୁ ବାଇନା କୁଳର ଓ ଜିପିଆରଏସ ଦିଆଯାଇଛି। ଯେଉଁ ଜାଗାରୁ ଡଲଫିନ ଦୃଶ୍ୟ ମାନ ହେବ ସେହି ସ୍ଥାନ କୁ ଜିପିଏସ ଦ୍ଵାରା ଟ୍ରାକ କରାଯାଇ ସବୁ ତଥ୍ୟ କୁ ରଖାଯିବ। ତେବେ ବନ ବିଭାଗ ର ସୂଚନା ଅନୁଯାୟୀ ଗତ 2024 ମସିହା ରେ 35 ଟି ଡଲଫିନ ଥିବା ଗଣନା ରୁ ଜଣାପଡିଥିଲା। ତେବେ ଚଳିତବର୍ଷ ଡଲଫିନ ସଂଖ୍ୟା ବୃଦ୍ଧି ପାଇବ ବୋଲି ବନ ବିଭାଗ ଆଶା ରଖିଚି। ତେବେ ତିନି ଦିନ ଧରି ଚିଲିକା ରେ ଡଲଫିନ ଗଣନା ଶେଷ ପରେ କେତେ ଡଲଫିନ ଅଛନ୍ତି ସେ ନେଇ ତଥ୍ୟ ସାର୍ବଜନୀନ କରାଯିବ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )