October 16, 2024
Home » A farmer in hope and fear….

 

ବର୍ଷାର ଦେଖା ନାହିଁ !! ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳଭଣ୍ଡାର।

କଳାହାଣ୍ଡି ଜିଲ୍ଲାର ଜଳସେଚନ ଜିଲ୍ଲାର ଅର୍ଥନୀତି ଓ କର୍ମ ଯୋଗାଣ କ୍ଷେତ୍ରରେ ଜୀବନ ରେଖା ପାଲଟି ଥିବା ବହୁମୁଖି ଇନ୍ଦ୍ରାବତୀ ପ୍ରକଳ୍ପ ଚଳିତ ବର୍ଷର ଅସ୍ବାଭାବିକ ବର୍ଷା ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳ ସ୍ତର ସମସ୍ତଙ୍କୁ ନିରାଶ କରି ସର୍ବନିମ୍ନ ସ୍ତରରେ ରହି ସର୍ବକାଳୀନ ରେକର୍ଡ ଭାଙ୍ଗି ଥିବା ସୂଚନା ମିଳିଛି।ଗତ ଦୁଇ ଦିନର ସାମାନ୍ୟ ବର୍ଷା ଫଳରେ ଜଳଭଣ୍ଡାର ର ଜଳ ସ୍ତର ରେ ମାତ୍ର ୦.୩୧ମିଟର ବୃଦ୍ଧି ହେବା ସହିତ ମୋଟ ଜଳସ୍ତର ୬୨୭.୬୫ମିଟର ରେ ପହଞ୍ଚିଥିବା ସୂଚନାରୁ ଜଣା ପଡ଼ିଛି।ନଦୀ ମାନଙ୍କର ଉପରି ଭାଗରେ ପର୍ଯ୍ୟାପ୍ତ ପରିମାଣରେ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଖଣି ଉତ୍ତୋଳନ ହେତୁ ବର୍ଷା କମିବା ସହିତ ଇନ୍ଦ୍ରାବତୀ ଭଳି ଚିରଶ୍ରୋତା ନଦୀ ମାନଙ୍କରେ ଜଳ ପ୍ରବାହ କମିବାରେ ଲାଗିଛି ବୋଲି ଆଲୋଚନା ହେଉଛି।ଇନ୍ଦ୍ରାବତୀ ଜଳଭଣ୍ଡାର ପରିଧି ୨୬୩୨ବର୍ଗ କିଲୋମିଟର ରହିଥିବା ବେଳେ ଏହି ଇଲାକାରେ ରହିଥିବା ଶହ ଶହ ଝରଣା ଛୋଟ ବଡ଼ ନଦୀ ଓ ଚାରି ପ୍ରମୁଖ ନଦୀ କପୁର, ମୁରାନ, ପୋଡ଼ାଗଡ ଓ ଇନ୍ଦ୍ରାବତୀ ୧୧୦ବର୍ଗ କିମି ପରିବ୍ୟାପ୍ତ ଜଳଭଣ୍ଡାରକୁ ପରିପୁଷ୍ଟ କରିଥାଏ ବର୍ତ୍ତମାନର ଅସନ୍ତୁଲିତ ପରିବେଶ ଯୋଗୁଁ ନଦୀ ମାନଙ୍କର ସ୍ଵାଭାବିକ ପ୍ରବାହ ଉପରେ ପ୍ରତିକୂଳ ଅବସ୍ଥା ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି।ଚଳିତ ଖରିଫ ବର୍ଷରେ ପ୍ରକଳ୍ପ ରୁ ୧,୧୮, ୦୪୧ହେକ୍ଟର ଜମିରେ ଜଳ ସେଚନ ର ଲକ୍ଷ୍ୟ ରଖା ଯାଇଥିବା ବେଳେ ବର୍ତମାନ ର ସ୍ଥିତିକୁ ଅନୁଧ୍ୟାନ କଲେ ମାତ୍ର ୦.୬୫ମିଟର ପାଣି ଜଳ ସେଚନ ରେ ଉପଯୋଗ ହୋଇପାରେ ବୋଲି ଜଣା ପଡିଛି।ଇନ୍ଦ୍ରାବତୀ ର ଡେଡ୍ ଷ୍ଟୋରେଜ ଲେବଲ ୬୨୫ମିଟର ରହିଥିବା ବେଳେ ମୁହାଣ ରେ ଅଦ୍ୟାବଧି ପଙ୍କ ଜମାଟ ବାନ୍ଧି ରହିଥିବାରୁ ୬୨୭ମିଟର ପହଞ୍ଚିଲା ବେଳକୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବାକୁ ପଡିପାରେ ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ଜଳଭଣ୍ଡାର ର ସର୍ବୋଚ୍ଚ କ୍ଷମତା ୬୪୨ମିଟର ଅର୍ଥାତ୍ ୧,୧୮,୫୫୦ହେକ୍ଟର ମିଟର ରହିଥାଏ।ସାଂପ୍ରତିକ ସ୍ଥିତି ରେ ଜଳ ସ୍ତର ୬୨୭.୬୫ଅର୍ଥାତ୍ ୧୬, ୭୬୮ହେକ୍ଟର ମିଟର ରେ ପହଞ୍ଚି ମୋଟ ୧୧.୨୮ପ୍ରତିଶତ ରେ ରହି ସମସ୍ତଙ୍କୁ ନିରାଶ କରିଛି।ଇନ୍ଦ୍ରାବତୀ ଜଳଭଣ୍ଡାର ର ପୂର୍ବ ଇତିହାସ କୁ ଅନୁଧ୍ୟାନ କଲେ ଗତ ୨୦୧୫ ମସିହା ଜୁଲାଇ ୩୧ ତାରିଖ ସୁଦ୍ଧା ଜଳସ୍ତର ୬୩୦.୪୩ମିଟର, ୨୦୧୬ରେ ୬୩୨.୮୪ମିଟର, ୨୦୧୭ରେ ୬୩୨.୦୮ମିଟର,୨୦୧୮ରେ ୬୩୪.୬୪ମିଟର, ୨୦୧୯ରେ ୬୩୩.୫ମିଟର, ୨୦୨୦ରେ ୬୩୦.୮୦ମିଟର, ୨୦୨୧ରେ ୬୩୦.୧୦ମିଟର, ୨୦୨୨ରେ ୬୩୩.୦୯ମିଟର, ୨୦୨୩ରେ ୬୨୯.୮୬ମିଟର ରହିଥିବା ଜଣା ପଡ଼ିଛି। ଚଳିତ ବର୍ଷର ଅଦ୍ୟାବଧି ୬୨୭.୬୫ମିଟର ଜଳ ସଂରକ୍ଷଣ ସମଗ୍ର କଳାହାଣ୍ଡି ଜିଲ୍ଲାର ସଂପୃକ୍ତ ଚାଷୀ ଙ୍କ ପାଇଁ ଇନ୍ଦ୍ରାବତୀ ଏବେ ଆଶା ଓ ଆଶଙ୍କା ର ଖିଅ ଟାଣି ସାରିଥିବା ଆଲୋଚନା ହେଉଛି।

ନିକଟରେ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପରୁ ଖରିଫ ଜଳସେଚନ ଆରମ୍ଭ ହୋଇଥିଲା।ଯଦି ଚଳିତ ବର୍ଷ ଆଶାନୁରୂପ ବର୍ଷା ନହୁଏ ତେବେ ଖରିଫ ଚାଷ ପ୍ରଭାବିତ ହେବା ସହ ରବି ଋତୁରେ ଜଳ ସେଚନ ଓ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରଭାବିତ ହେବ ବୋଲି ସମସ୍ତେ ଆଶଙ୍କା ପ୍ରକାଶ କରିଥିଲେ।
ବର୍ତ୍ତମାନର ନିଅଣ୍ଟିଆ ବର୍ଷା ସମଗ୍ର ଚାଷୀ କୁଳ କୁ ହତାଶ କରିଛି।ଆଗାମୀ ଦିନରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେଲେ ଜଳ ସେଚନ ସହ ବିଜୁଳି ଉତ୍ପାଦନ ରେ ମଧ୍ୟ ଅଗ୍ରଣୀ ଭୂମିକା ରଖି ଆସିଥିବା କଳାହାଣ୍ଡି ର ଜୀବନ ରେଖା ପାଇଁ ବିପଦ ର ଘଣ୍ଟି ବାଜିବା ପୂର୍ବରୁ ସରକାର ବିହିତ ପଦକ୍ଷେପ ନେବାପାଇଁ ଦାବୀ ଉଠୁଛି।

 

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *